ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଆନନ୍ଦମୁଣ୍ଡା ଗ୍ରାମର ସଂଜୀବ ସାହୁଙ୍କ ରୋଷେଇ ଘରୁ ଶୁକ୍ରବାର ଏକ ନାଗ ସାପ ଉଦ୍ଧାର ହୋଇଛି। ସାପଟି ହଠାତ ବାହାରୁ ଆସି ସଂଜୀବଙ୍କ ଘରେ ପଶିଯାଇଥିଲା। ସାପକୁ ଦେଖି ସଂଜୀବଙ୍କ ପରିବାର ଲୋକ ବାହାରକୁ ପଳାଇ ଆସିଲେ। ସାପକୁ ଘଉଡ଼ାଇବାରୁ ସେ ରୋଷେଇ ଘରକୁ ଯାଇ ଫ୍ରିଜ ଭିତରେ ପଶିଯାଇଥିଲା। ପରେ ସର୍ପ ବନ୍ଧୁ ସିଦ୍ଧେଶ୍ୱର ରଥଙ୍କୁ ଖବର ଦିଆଯାଇଥିଲା। ସେ ପହଞ୍ଚି ଫ୍ରିଜକୁ ବାହାରକୁ ଆଣି ସୁରକ୍ଷିତ ଭାବେ ସାପକୁ ଉଦ୍ଧାର କରିଥିଲେ। ନାଗକୁ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଛି।
ଫ୍ରିଜରେ ପଶିଲା ନାଗ: ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ସର୍ପବନ୍ଧୁ
- Post published:June 6, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
