ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ ଘୋଷଣା କଲେ ଜିଲ୍ଲାପାଳ, ମାସେ ଯାଏଁ ଗାଡ଼ି ରଖିପାରିବେନି ଲୋକେ

You are currently viewing ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ ଘୋଷଣା କଲେ ଜିଲ୍ଲାପାଳ, ମାସେ ଯାଏଁ ଗାଡ଼ି ରଖିପାରିବେନି ଲୋକେ

ଅନୁଗୁଳ: ଅନୁଗୁଳ ଜେଲ୍ ସାମ୍ନା ରାସ୍ତାରୁ ୫୫ ନମ୍ବର ଜାତୀୟ ରାଜପଥ ବା ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ଆଜି ଏହି ଘୋଷଣା କରିଛନ୍ତି। ଏହି ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାର୍କିଂ କରିବା ଦ୍ୱାରା ଜିଲ୍ଲା କାର୍ଯ୍ୟାଳୟକୁ ଯିବା ଆସିବା କରିବାରେ ସମସ୍ୟା ହେଉଛି। ତେଣୁ ମୋଟର ଭେଇକଲ ଆକ୍ଟ ୧୯୭୫ ର ଧାରା ୧୭୩ ବଳରେ ଜିଲ୍ଲାପାଳ ଆଜିଠାରୁ ଏକ ମାସ ପାଇଁ ଏହି ସ୍ଥାନକୁ ନୋ ପାର୍କିଂ ଜୋନ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ଆଗରୁ ଅନେକ ଥର ଆଞ୍ଚଳିକ ପରିବହନ ବିଭାଗ ଓ ପୌରପାଳିକା ତରଫରୁ ସାଇନ୍ ବୋର୍ଡ ଲଗାଯାଇ ଏହି ସ୍ଥାନକୁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା। ତେଣୁ ଜିଲ୍ଲାପାଳ ଆଜି ଏନେଇ ଲିଖିତ ନିର୍ଦ୍ଦେଶ ଜାରି କରିଥିବା ସୂଚନା ମିଳିଛି।

Share

Leave a Reply