କାର୍ତ୍ତିକେଶ୍ୱରଙ୍କ ପୂଜା ପାଇଁ ତୁରଙ୍ଗ ଗାଁ ଚଳଚଞ୍ଚଳ, ମେଲଣ ଶୋଭାଯାତ୍ରାରେ ଭାଗ ନେବେ ୧୭ ଟି ମେଢ଼

You are currently viewing କାର୍ତ୍ତିକେଶ୍ୱରଙ୍କ ପୂଜା ପାଇଁ ତୁରଙ୍ଗ ଗାଁ ଚଳଚଞ୍ଚଳ, ମେଲଣ ଶୋଭାଯାତ୍ରାରେ ଭାଗ ନେବେ ୧୭ ଟି ମେଢ଼

ଅନୁଗୁଳ: ଅନୁଗୁଳ ବ୍ଲକ ତୁରଙ୍ଗ ଗ୍ରାମରେ କାର୍ତ୍ତିକେଶ୍ୱରଙ୍କ ପୂଜା ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଛି। ସମସ୍ତ ପୂଜା କମିଟି ପକ୍ଷରୁ ପ୍ରତିଯୋଗିତାମୂଳକ ଭାବେ ରଙ୍ଗୀନ ଆଲୋକରେ ପୂଜାଞ୍ଚଳ ଝଲସି ଉଠୁଛି। ସୋମବାର ସନ୍ଧ୍ୟାରେ ପୂଜା କମିଟିର କର୍ମକର୍ତ୍ତାମାନେ ବାଦ୍ୟବାଜଣା ସହକାରେ ଏକ ଶୋଭାଯାତ୍ରାରେ କଳସରେ ପାଣି ଆଣି ପୂଜାମଣ୍ଡପରେ ଘଟ ସ୍ଥାପନ କରିଥଲେ। ଏହା ପରେ ପାରମ୍ପରିକ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା। ବିଭିନ୍ନ ପୌରାଣିକ କଥାବସ୍ତୁକୁ ଆଧାରକାରୀ ମେଢ଼ ନିର୍ମିତ କରାଯାଇଥିଲା। ପୂଜା ଅବସରରେ ପ୍ରତ୍ୟହ ପ୍ରସାଦ ସେବନ ସମେତ ବିଭିନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି।

ସଂଗ୍ରାମ କ୍ଲବରେ ଓଡ଼ିଆ ପର୍ବ ପର୍ବାଣୀର କଥା ବସ୍ତୁ, ରାଜଧାନୀ ନଗରରେ କାଚ ମହଲ ଓ ଝକାସ କ୍ଲବ ପକ୍ଷରୁ ଜଗନ୍ନାଥ ପୌରାଣିକ କଥା ବସ୍ତୁ, ତ୍ରିଦେବ କ୍ଲବ ପକ୍ଷରୁ ଜାହାଜ ଆକୃତିର ତୋରଣ ଅଧିକ ଆକୃଷ୍ଟ କରୁଛି। ମା’ ହିଙ୍ଗୁଳା କ୍ଲବରେ ପିପିଲି ଚାନ୍ଦୁଆରେ ତୋରଣ, ସେଲ୍ଫି ପଏଣ୍ଟ ଦର୍ଶକଙ୍କୁ ଆକର୍ଷିତ କରୁଛି। ଜଗନ୍ନାଥ କ୍ଲବରେ ଭିତର ସାଜସଜ୍ଜା ଓ ନୀଳଚକ୍ର କ୍ଲବରେ ସମ୍ବଲପୁରୀ ପରିବେଶ ବେଶ ଦର୍ଶନୀୟ ହୋଇଛି। ଓଭରଟେକ କ୍ଲବ, ନୀଳଚକ୍ର କ୍ଲବ, ତ୍ରିଦେବୀ, ଓଭରଟେକ, ଝକାସ, ହିଙ୍ଗୁଳା, ମଙ୍ଗଳା କ୍ଲବ ପୂଜା କମିଟିକୁ ମିଶାଇ ୧୬ଟିରୁ ଊର୍ଦ୍ଧ୍ଵ ମଣ୍ଡପରେ କାର୍ତ୍ତିକେଶ୍ୱର ବିରାଜମାନ କରିଛନ୍ତି। ଭସାଣି ଉତ୍ସବରେ ୯ଟି ପୂଜା ମଣ୍ଡପ ଭାଗନେବେ ବୋଲି ନିଷ୍ପତ୍ତି ନିଆଯାଇଛି।

କାର୍ଯ୍ୟକ୍ରମରେ ଦୀପକ କୁମାର ଦାସ, କ୍ଷୀରୋଦ ସାହୁ, ପ୍ରଫୁଲ ନାୟକ, ସିଲୁ ସାହୁ, ସନ୍ତୋଷ ଦାସ, ଟୁକୁନ ସାମଲ, ରୂପେଶ ଦାସ, ପପୁ ଥମ୍ବ, ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ। ପାଞ୍ଚଦିନ ଧରି ପୂଜା ଅନୁଷ୍ଠିତ ହେବା ସହ ପ୍ରତ୍ୟେକ ଦିନ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି ଓ ବିଭିନ୍ନ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି ବୋଲି କମିଟି ପ୍ରକାଶ କରିଛନ୍ତି।

Share

Leave a Reply