ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି ଜିଲ୍ଲାପାଳ ଅବଦାଲ ଏମ ଅଖତର। ଜିଲ୍ଲାପାଳ ଅମଲାପଡ଼ା, ଶିମିଳିପଡ଼ା, ମଦନମୋହନପଡ଼ା, ଚୌକନି ବନ୍ଧର ଉନ୍ନତୀକରଣ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଗସ୍ତ ବେଳେ ଜିଲ୍ଲାପାଳ ଅମଲାପଡ଼ା ମାଂସ ଦୋକାନୀଙ୍କୁ ସୁସଂଗଠିତ ଭାବେ ବସାଇବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି କିଆବନ୍ଧର ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପରେ ଭଣ୍ଡୁବର ଠାରୁ ନୂଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ବାଇପାସ ରାସ୍ତା ନିର୍ମାଣ ଓ ଅନୁଗୁଳ ହାଇସ୍କୁଲ ସାମନାର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା ହୋଇଥିଲା। ଏ ଅବସରରେ ପୁରୁଣା ସୂଚନା ଭବନ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିଲେ। ସେହିଭଳି ସହର ଭିତରେ କେନାଲ ହୁଡ଼ା କେଉଁ ଅଞ୍ଚଳରେ କେତେ ଜବର ଦଖଲ ହୋଇଛି ତାହା ମଧ୍ୟ ଜିଲ୍ଲାପାଳ ବୁଲି ଦେଖିଥିଲେ। ସହରର ଉନ୍ନତୀକରଣ ପାଇଁ ଅର୍ଥ ଡିଏମଏଫ ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଅନୁଗୁଳର ବିଭିନ୍ନ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ, ଉନ୍ନତୀକରଣ ନେଇ କଲେ ଆଲୋଚନା
- Post published:November 6, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul
