ଅନୁଗୁଳ: ଅନୁଗୁଳ ମେଡିକାଲ ନାନା ସମସ୍ୟା ଦେଇ ଗତି କରୁଥିବା ବେଳେ ନବ ନିଯୁକ୍ତ ସିଡ଼ିଏମ୍ଓ ଡ଼ା ମଦନ ମୋହନ ପ୍ରଧାନ ଏହାର ସମାଧାନ ନେଇ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ସବୁ ବିଭାଗୀୟ ଡାକ୍ତର, ହସ୍ପିଟାଲ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଚପଲ ଚୋରି,ବାଇକ୍ ଚୋରି, ଦଲାଲଙ୍କ ଉତ୍ପାତ ଠାରୁ ବେଡସିଟ ସମସ୍ୟା, ଧାଡ଼ି ଯନ୍ତ୍ରଣା, ବରିଷ୍ଠ ନାଗରିକଙ୍କ ସମସ୍ୟା ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏସବୁର ସମାଧାନ
ପାଇଁ ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ ଡ଼ା ମାନସ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ୱରେ ଏକ ଛଜଣିଆ କମିଟି ଗଠନ କରାଯାଇଛି।
ଏହି କମିଟି ପ୍ରତି ସପ୍ତାହରେ ଦୁଇ ଥର ବସି ସମାଧାନର ରାସ୍ତା ବାହାର କରି ସିଡିଏମଓଙ୍କୁ ଅବଗତ କରାଇବେ। ରୋଗୀଙ୍କ ଖାଦ୍ୟ,ପରିମଳ ବ୍ୟବସ୍ଥା, ଔଷଧ ବଣ୍ଟନ ଉପରେ ଅଧିକ ଗୁରୁତ୍ଵ ଦିଆଯିବ। ପିଏମପି କଲେଜ୍ ଡାକ୍ତର ମାନଙ୍କୁ ରୋଗୀମାନେ ଜାଣି ପାରୁନଥିବାରୁ ଡିସପ୍ଲେ ବୋର୍ଡ ଲାଗିବ।ସେଣ୍ଟ୍ରାଲ ପଥିଲୋଜିରେ ଡ଼ାକବାଜି ଯନ୍ତ୍ର ବ୍ୟବସ୍ଥା ରହିବ।ରୋଗୀଙ୍କ ପାଇଁ ଟୋକନ ବ୍ୟବସ୍ଥା ରହିବ। ସେଠାରେ ପ୍ରବଳ ଭିଡ଼ ହେଉଥିବାରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ।