ଅନୁଗୁଳ: ଟାଉନ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ୍ ଗଡ଼ନାୟକ,ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ସମାରୋହରେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ ଧରଣୀଧର ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରବନ୍ଧ ବକ୍ତୃତା ଓ କବିତା ଆବୃତ୍ତି ଆଦି ପ୍ରତିଯୋଗିତା ଉପରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାହିତ୍ୟ ଏକାଡେମୀ ର ଅନୁଗୁଳ ପ୍ରତିନିଧି ସଂଗ୍ରାମ କେଶରୀ ପୃଷ୍ଟି ମଧ୍ୟ ବିଶିଷ୍ଟ ଅତିଥି ଭାବେ ସମାରୋହରେ ଯୋଗ ଦେଇଥିଲେ।ଶେଷରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିଯୋଗିତା
- Post published:July 10, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul