ଅନୁଗୁଳ: ନିଜ ଅଫିସରୁ କମ୍ପ୍ୟୁଟର ଚୋରି କରି ବନ୍ଧା ହେଲେ କର୍ମଚାରୀ। ଗିରଫ ଯୁବକ ହେଲେ ରଜନୀକାନ୍ତ ମହାଳିକ (୨୪)। ସେ ଅଫିସ୍ କାର୍ଯ୍ୟରେ ବ୍ୟବହୃତ କମ୍ପ୍ୟୁଟର ଓ ଲାପଟପ ଚୋରି କରି ନେଇଥିଲେ। ଏ ନେଇ ଅଫିସ ପକ୍ଷରୁ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ ତଦନ୍ତ କରି ରଜନୀକାନ୍ତ ମହାଳିକକୁ ପଚରାଉଚରା କରିଥିଲା। ସେ ଚୋରି କରିଥିବା ସ୍ୱୀକାର କରିଥିଲେ। ଫଳରେ ପୋଲିସ୍ କେସ ନଂ – ୭୧୧ରେ ଏକ ମକଦ୍ଦମା ରୁଜୁ କରି ଚୋରି ସାମଗ୍ରୀ ଜବତ କରିବା ସହ ମହାଳିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନିଜ ଅଫିସରୁ କମ୍ପ୍ୟୁଟର ଚୋରି କରି ବନ୍ଧା ହେଲେ କର୍ମଚାରୀ, କୋର୍ଟଚାଲାଣ କଲା କୋଲିୟରୀ ପୋଲିସ
- Post published:December 11, 2024
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul