ରାସ୍ତା ପାର୍ଶ୍ଵରେ ଗଢି ଉଠୁଛି କଂକ୍ରିଟ ଜବରଦଖଲ, ନିରବଦ୍ରଷ୍ଟା ସାଜିଛି ରାଜସ୍ୱ ବିଭାଗ

You are currently viewing ରାସ୍ତା ପାର୍ଶ୍ଵରେ ଗଢି ଉଠୁଛି କଂକ୍ରିଟ ଜବରଦଖଲ, ନିରବଦ୍ରଷ୍ଟା ସାଜିଛି ରାଜସ୍ୱ ବିଭାଗ

ଅନୁଗୁଳ: ପରିକଳ୍ପନା ଥିଲା ଶୈଳଶ୍ରୀକ୍ଷେତ୍ର ଠାରୁ ହିଙ୍ଗୁଳା କ୍ଷେତ୍ରକୁ ଯୋଡିବ ଚକାଚକ ରାସ୍ତା। ଲୋକଙ୍କ ଯାତାୟାତ ସୁଗମ ହେବା ସହ ଦୁଇଟି ପର୍ଯ୍ୟଟନ କ୍ଷେତ୍ରକୁ ଯୋଡିବା ପାଇଁ ଏହା ବଡ଼ ମାଇଲଖୁଣ୍ଟ ସାଜିଥିଲା ଏହି ରାସ୍ତା। କିନ୍ତୁ ବର୍ତ୍ତମାନ ଏହି ରାସ୍ତାର ଉଭୟ ପାର୍ଶ୍ଵରେ ଦିନକୁ ଦିନ ଜବରଦଖଲ ବଢିଚାଲିଛି।

ପ୍ରଥମେ ଜବରଦଖଲ ଝାଟିମାଟିରେ ଆରମ୍ଭ ହୋଇ ତାହା ଧୀରେଧୀରେ କଂକ୍ରିଟରେ ପରିବର୍ତ୍ତନ ହେଉଛି। ଏହି ରାସ୍ତାର ପ୍ରଗତିନଗର ଅଞ୍ଚଳରେ ଉଭୟ ପାର୍ଶ୍ଵରେ ପ୍ରଥମେ କିଛି ଲୋକ ଝାଟିମାଟି ଦୋକାନ କରି ବ୍ୟବସାୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଦୋକାନ ଠିକଣା ସମାନ ରହିଛି ହେଲେ ଝାଟିମାଟି ବଦଳରେ କଂକ୍ରିଟରେ ପରିଣତ ହୋଇଛି। ରାସ୍ତାପାର୍ଶ୍ଵରେ ବେଆଇନ ଜବରଦଖଲ ବଢିବା କାରଣରୁ ଅନେକ ସମୟରେ ଯାତାୟାତରେ ବାଟୋଇ ହନ୍ତସନ୍ତ ହେଉଛନ୍ତି। ଏପରିକି ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି।

ନୁଆଁ ସରକାର ଆସିବା ପରେ ସରକାରୀ ଜମିରେ ଜବରଦଖଲ ହଟାଇବାକୁ ଅନେକ ଥର ଅଣ୍ଟା ଭିଡିଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ। ଯାହାର ସ୍ପଷ୍ଟ ଚିତ୍ର ଅନୁଗୁଳ ସହର ନିକଟ ପ୍ରଗତି ନଗର ଅଞ୍ଚଳରେ ଦେଖାଯାଇଛି। ରାସ୍ତାପାର୍ଶ୍ଵରେ ଏପରି ଅନେକ ଦୋକାନ ଖୋଲୁଥିବା ବେଳେ ସ୍ଥାୟୀ ଘର ନିର୍ମାଣ ଚାଲିଛି। ରାଜସ୍ୱ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନଥିବା କାରଣରୁ ଏପରି ପରିସ୍ଥିତି ଉପୁଜୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Share

Leave a Reply