ଭାରତର ସମ୍ବିଧାନ ଉପରେ ଆଲୋଚନାଚକ୍ର

You are currently viewing ଭାରତର ସମ୍ବିଧାନ ଉପରେ ଆଲୋଚନାଚକ୍ର

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଭାରତ ବିକାଶ ପରିଷଦ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ସଂଗଠନର ସଭାପତି ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇସିଏମଆର୍ ର ଉପନିର୍ଦେଶକ ଡ଼ା ପ୍ରବୀଣ କୁମାର ଅତୁଲ।
ନିଜ ଅଭିଭାଷଣରେ ଡ଼ା ଅତୁଲ ଭାରତୀୟ ସମ୍ବିଧାନର ବିଶେଷତା ଏବଂ ଏଥିରେ ସନ୍ନିବେଶିତ ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ତଥା ବିଶେଷ ପରିସ୍ଥିତିରେ ଏଥିପାଇଁ ସୃଷ୍ଟି ହେଉଥିବା ଆହ୍ବାନ ସମ୍ପର୍କରେ ସେ ସବିଶେଷ ଆଲୋଚନା କରିଥିଲେ।

ଶାନ୍ତନୁ ସର ଅତିଥିଙ୍କ ପରିଚୟ ଦେବା ସହ ଭାରତୀୟ ସମ୍ବିଧାନ ର ଗରୀମାମୟ ଇତିହାସ ପ୍ରକାଶ କରିଥିଲେ।ସମାରୋହରେ ସଂଗଠନର ଉପସଭାପତି ଡ଼ା ଭରତ ଚନ୍ଦ୍ର ଗଡ଼ନାୟକ,ସଦସ୍ୟ ପ୍ରମୋଦ ନାୟକ, ରୀନାରାଣୀ ସ୍ୱାଇଁ,ଅରୁଣା ମିଶ୍ର, ଉଷାୟାନୀ ସର,ବୀରବର ବେହେରାଙ୍କ ସମେତ ପୃଷ୍ଠପୋଷକ ବଜରଙ୍ଗ ଅଗ୍ରୱାଲ ଯୋଗ ଦେଇଥିଲେ ଶେଷରେ ସମ୍ପାଦକ ବିଜୟ କୁମାର ମୋଦି ଧନ୍ୟବାଦ ଅର୍ପଣ କରିଥିଲେ।

 

Share

Leave a Reply