ଓଏଏସ୍ ପାଇଥିବା ଅଙ୍କିତା ସାହୁଙ୍କୁ ନିଜ ସ୍କୁଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା

You are currently viewing ଓଏଏସ୍ ପାଇଥିବା ଅଙ୍କିତା ସାହୁଙ୍କୁ ନିଜ ସ୍କୁଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା

 

ଅନୁଗୁଳ: ୨୦୨୨ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଅନୁଗୁଳ ଜିଲ୍ଲା ଛାତ୍ରୀ ଅଙ୍କିତା ସାହୁଙ୍କୁ ନିଜ ସ୍କୁଲରେ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ଗାନ୍ଧିମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ପୁରାତନ ଛାତ୍ରୀ ଅଙ୍କିତାଙ୍କୁ ଏହି ସଫଳତା ପାଇଁ ସମ୍ମାନିତ କରାଯାଇଛି।

କାର୍ଯ୍ୟକ୍ରମରେ ପୂର୍ବ ଛାତ୍ର ଅଧ୍ୟକ୍ଷ ପିନାକୀ ପ୍ରସାଦ ସିଂହ, ପ୍ରଧାନାଚାର୍ଯ୍ୟ ଆଲୋକ ଭୋଇ, ପୂର୍ବ ଛାତ୍ର ପ୍ରମୁଖ ଗିରୀଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଉପଢୌକନ ପ୍ରଦାନ ପୂର୍ବକ ଓଏଏସ୍ ଅଙ୍କିତା ସାହୁଙ୍କୁ ସମ୍ମାନିତ କରିଥିଲେ। ଏ ଅବସରରେ ପୂର୍ବଛାତ୍ରୀ ଅଙ୍କିତା ନିଜର ବିଦ୍ୟାଳୟର ଅନୁଭୂତି ଓ ଗୁରୁଜୀ ଗୁରୁମାଙ୍କ ଆଶୀର୍ବାଦ ତାଙ୍କୁ ସଫଳତା ପ୍ରଦାନ କରିଛି ବୋଲି କହିଥିଲେ। ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା ଓ ଗୁରୁଜୀ ଗୁରୁମା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share

Leave a Reply