ତାଳଚେର ମେଡିକାଲ କଲେଜରେ ନିଯୁକ୍ତି ପ୍ରସଙ୍ଗ: ସ୍ବଚ୍ଛତା ଓ ସଂରକ୍ଷଣ ଦାବି କଲା କଂଗ୍ରେସ ଅନୁସୂଚିତ ଜାତି

0

ଅନୁଗୁଳ: ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ହେବାକୁ ଥିବା ୬୦୦ ପଦବୀ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ଵଚ୍ଛତା ବଜାୟ ରଖି ସଂରକ୍ଷଣ ଲାଗୁ କରିବାକୁ କଂଗ୍ରେସ ଅନୁସୂଚିତ ଜାତି ପକ୍ଷରୁ ଦାବି କରାଯାଇଛି।

ଶୁକ୍ରବାର ପୂର୍ବାହ୍ନରେ କଂଗ୍ରେସ ଅନୁସୂଚିତ ଜାତି, ଆଦିବାସୀ, ପଛୁଆବର୍ଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏ ଅବସରରେ କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

ଜିଲ୍ଲାସଭାପତି ନୀଳକଣ୍ଠ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ବାଙ୍କନିଧି ବେହେରା ମୁଖ୍ୟ ଅତିଥି ଓ ମହିଳା କଂଗ୍ରେସ ଜାତୀୟ ସମ୍ପାଦିକା ସସ୍ମିତା ବେହେରା ମୁଖ୍ୟବକ୍ତା, ପୂର୍ବତନ ଜିଲ୍ଲା ସଭାପତି ବିପ୍ଳବ ଜେନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ନିକଟରେ ଏମ୍.ସି.ଏଲ୍ ପକ୍ଷରୁ ତାଳଚେର ସରକାରୀ ମେଡିକାଲ୍ କଲେଜ ପାଇଁ ବାହାରିଥିବା ବିଜ୍ଞାପନ ତ୍ରୁଟିପୂର୍ଣ୍ଣ, ସମ୍ବିଧାନ ବିରୋଧ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ବେହେରା ଅଭିଯୋଗ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ନୀଳକଣ୍ଠ ନାୟକ, ବାଙ୍କନିଧି ବେହେରା, ସସ୍ମିତା ବେହେରା, ସଂଗ୍ରାମ ଜେନା, ସଂଗ୍ରାମ ବେହେରା, ଜିତେନ୍ଦ୍ର ସାହୁ, ତପସ୍ବିନୀ ବିଶ୍ବାଳ, ଅଳକାରାଣୀ ମହାପାତ୍ର, ଜୟନ୍ତ ସାହୁ, ଦିଗମ୍ବର ଗଡ଼ନାୟକ, କୃତାର୍ଥ ଦେହୁରୀ, ଟିକନ ବେହେରା, ହେମନ୍ତ ମହାଳିକ, ରମାକାନ୍ତ ପ୍ରଧାନ, ତପନ ପ୍ରଧାନ, ଶିରୋଦା ନାୟକ, ମାନିନୀ ପ୍ରଧାନ, ପୂର୍ବଚନ୍ଦ୍ର ଦେହୁରୀ, ସଂଜୟ ସାହୁ, ମନୋଜ ସାହୁ, ବଳରାମ ଦେହୁରୀ, ସୁଦର୍ଶନ ଗୋଚ୍ଛାୟତ, ଅଶୋକ ପ୍ରଧାନ, କୈଳାସ ପ୍ରଧାନ, ଅଭିରାମ ସାହୁ, ଅଜୟ ବେହେରା, ଜିତେନ୍ଦ୍ର ସାହୁ, ସଂଗ୍ରାମ କୁଅଁର, ଦୁର୍ଗା ଶତପଥୀ, ରାକେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!