ବିଜୁଳି କାଟ୍ ଏବଂ ଲୋ ଭୋଲଟେଜ୍ ସମସ୍ୟା ପାଇଁ ତାତିଲା କଂଗ୍ରେସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

You are currently viewing ବିଜୁଳି କାଟ୍ ଏବଂ ଲୋ ଭୋଲଟେଜ୍ ସମସ୍ୟା ପାଇଁ ତାତିଲା କଂଗ୍ରେସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଅନୁଗୁଳ : ବିଜୁଳି କାଟ୍ ଏବଂ ଲୋ ଭୋଲଟେଜ୍ ସମସ୍ୟା ପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଧାରଣା ଦିଆଯାଇଛି।

ସୂଚନା ମୁତାବକ, ଜିଲ୍ଲା କଂଗ୍ରେସ କମିଟି ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଜୁଳି କାଟ୍ ଏବଂ ଲୋ ଭୋଲଟେଜ୍ ସମସ୍ୟା ପାଇଁ ବିକ୍ଷୋଭ ସହ ଗଣଧାରଣା କରିଛନ୍ତି। ଏ ଅବସରରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ତାଳଚେର ଶ୍ରମିକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ଦାସ, ଦିଗମ୍ବର ଗଡ଼ନାୟକ, ପିସିସି ମେମ୍ବର ଜୟନ୍ତ କୁମାର ସାହୁ, ଓବିସି ସେଲ ଜିଲ୍ଲା ସଭପତି ପ୍ରବୋଧ କୁମାର ସ୍ଵାଇଁ, କଂଗ୍ରେସ ନେତା, ଦୁଷ୍ମନ୍ତ ଦଳବେହେରା, ଧର୍ମେନ୍ଦ୍ର ମିଶ୍ର, ରାକେଶ ମିଶ୍ର, ବଲବୀର ସିଂ, ଲୁଲୁ ପାଣିଗ୍ରାହୀ, ଲୁଟୁ ରଞ୍ଜନ ଥାପା, ଅଭିଷେକ ନାୟକ, ପ୍ରଦ୍ୟୁମ୍ନ ସାହୁ, ବିମଳ ବେହେରା, ମାନସ ରଞ୍ଜନ ବିଶ୍ଵାଳଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply