ରାହୁଲ ଗାନ୍ଧୀଙ୍କୁ ଭାରତୀୟ ଯୁବ ମୋର୍ଚ୍ଚାର ଅସମ୍ମାନକୁ ଅନୁଗୁଳ କଂଗ୍ରେସର ତୀବ୍ର ବିରୋଧ: ଏସପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

You are currently viewing ରାହୁଲ ଗାନ୍ଧୀଙ୍କୁ ଭାରତୀୟ ଯୁବ ମୋର୍ଚ୍ଚାର ଅସମ୍ମାନକୁ ଅନୁଗୁଳ କଂଗ୍ରେସର ତୀବ୍ର ବିରୋଧ: ଏସପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଭାରତୀୟ ଜନତା ଯୁବମୋର୍ଚ୍ଚାର କର୍ମୀମାନେ ଗତ ଦୁଇ ତାରିଖ ଦିନ ଯେଭଳି ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ଚିତ୍ରରେ ଗୋବର ଓ ପଥର ମାଡ଼ କରିଥିଲେ, ତାହାକୁ ଅନୁଗୁଳରେ ନିନ୍ଦା କରାଯାଇଛି।

ଅନୁଗୁଳ ଜିଲ୍ଲା ଛାତ୍ର ଏବଂ ଯୁବ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ ଓ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ସ୍ଥାନୀୟ ଥାନା ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ଅବସରରେ ସେମାନେ ବିଜେପି ସରକାର ବିରୋଧରେ ନାରାବାଜି ଦେଇଥିଲେ। ଏହାପରେ ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପସଭାପତି ଉମେଶଚନ୍ଦ୍ର ସାହୁ, ଦୁଷ୍ମନ୍ତ ଦଳବେହେରା, ବରିଷ୍ଠ କଂଗ୍ରେସ ନେତା ବଲବୀର ସିଂ, ବିମଳ ବେହେରା, ଗୋବିନ୍ଦ ନାଏକ, ଭରତ ସାହୁ, ସନତ ପ୍ରଧାନ, ଭଜମନ ଦାଶ, ଚିତ୍ତରଂଜନ ସାମଲ, ସଂଗ୍ରାମ ବେହେରା, ରାକେଶ ମିଶ୍ର, ଅନୁଗୁଳ ବ୍ଲକ ସଭାପତି ଅମୀୟ ମିଶ୍ର, ତାଳଚେର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାଶ, ପିସିସି ସଂପାଦକ ଟିକନ ବେହେରା, ଅନୁଗୁଳ ବିଧାନସଭା ଯୁବ କଂଗ୍ରେସ ସଭାପତି ସାହିଲ ପ୍ରଧାନ ଯୁବ ନେତା ବିଶ୍ୱଜିତ ଦେହୁରୀ, ସଂଗ୍ରାମ ବେହେରା, ଆଲୋକ ଦେହୁରୀ, ଦେବାଶିଷ ପ୍ରଧାନ, ପାର୍ଥ ବେହେରା, ସୁଜିତ ଦେହୁରୀ, ଜୟନ୍ତ ସାହୁ, ବଳରାମ ସାହୁ, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ବହୁ କର୍ମୀ ଯୋଗଦେଇଥିଲେ।

Share

Leave a Reply