ବିଭିନ୍ନ ଦାବି ନେଇ ଟାଟା ପାୱାର ଅଫିସ ଘେରିଲେ ଅନୁଗୁଳ କଂଗ୍ରେସ କର୍ମୀ

You are currently viewing ବିଭିନ୍ନ ଦାବି ନେଇ ଟାଟା ପାୱାର ଅଫିସ ଘେରିଲେ ଅନୁଗୁଳ କଂଗ୍ରେସ କର୍ମୀ

ଅନୁଗୁଳ: ବିଭିନ୍ନ ଦାବି ନେଇ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଘେରାଉ। ଆଜି ଅନୁଗୁଳ ଜିଲ୍ଲା ସଭାପତି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ଯୁବ, ଛାତ୍ର, ମହିଳା, କୃଷକ ଓ ଶହ ଶହ କଂଗ୍ରେସ କର୍ମୀ ଓ ନେତା ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଟାଟା ପାୱାର ଅଫିସ ଘେରାଉ କରିଥିଲେ। ଏ ଅବସରରେ ଅତିରିକ୍ତ ସୁରକ୍ଷା ଜମା (ଏଏସ୍‌ଡି) ବୋଝ ଗ୍ରାହକଙ୍କ ଉପରେ ନ ପକାଇବାକୁ ଦାବି ହୋଇଥିଲା। ଏଥିସହ ଉପଭୋକ୍ତାଙ୍କୁ ଭାଜପା ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ୩୦୦-୪୦୦ ୟୁନିଟ୍ ଦେୟମୁକ୍ତ କରିବାକୁ ଦାବି ହୋଇଥିଲା। ଏଥିସହ କୃଷିକ୍ଷେତ୍ରରେ ମଧ୍ୟ ସବ୍‌ସିଡିର ବ୍ୟବସ୍ଥା ଲାଗୁ କରିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା।

କାର୍ଯ୍ୟକ୍ରମରେ ଜଗଦାନନ୍ଦ ପ୍ରଧାନ, ଉମେଶ ସାହୁ, ଲୁଲୁ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ସାହୁ, ତପନ ପଧାନ, ସୁଦୀପ ମିଶ୍ର, ଚିତ୍ତରଞ୍ଜନ ନାଏକ, ଗୋବିନ୍ଦ ନାଏକ, ବଲବୀର ସିଂହ, ସଂଜୀବ ମଣ୍ଡୋଠିଆ, ବିନୋଦ ମାଝୀ, ପଦ୍ମିନୀ ଗଡ଼ନାୟକ, ଅଳକା ମହାନ୍ତି, ଅଳକା ମହାପାତ୍ର, କସିଦା ଖାନ, ସଂଗ୍ରାମ କୁଅଁର, ସଂଗ୍ରାମ ବେହେରା, ଅରୁଣ କୁମାର ଦାସ, ମାନିନୀ ପ୍ରଧାନ, ବାସୁଦେବ ସାମଲ, କୁଞ୍ଜ ବିହାରୀ ନାଏକ, ଅଶୋକ ନାଏକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply