କଂଗ୍ରେସ ଭବନରେ ମିଶ୍ରଣ ପର୍ବ, ଶଙ୍ଖ ଓ ପଦ୍ମ ଛାଡ଼ି ହାତ ଧରିଲେ ଏକାଧିକ ନେତା

You are currently viewing କଂଗ୍ରେସ ଭବନରେ ମିଶ୍ରଣ ପର୍ବ, ଶଙ୍ଖ ଓ ପଦ୍ମ ଛାଡ଼ି ହାତ ଧରିଲେ ଏକାଧିକ ନେତା

ଅନୁଗୁଳ: ସ୍ଥାନୀୟ କଂଗ୍ରେସ ଭବନରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଶାବଳଭଙ୍ଗା ତଥା ଆଖପାଖ ଅଞ୍ଚଳର ପ୍ରାୟ ଶତାଧିକ ବିଜେଡି ଓ ବିଜେପି କର୍ମୀ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।

ଗ୍ରାମାଞ୍ଚଳରେ ଯେଭଳି କଂଗ୍ରେସକୁ ସମର୍ଥନ ମିଳୁଛି, ଏଥରକ ଦଳ ବହୁଳ ଭୋଟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜୟୀ ହେବ ବୋଲି ଜିଲ୍ଲା ସଭାପତି ଅମ୍ବିକା ଭଟ୍ଟ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ବେଣୁଧର ସାହୁ, ପ୍ରଦେଶ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ଜିଲ୍ଲା ମିଡିଆ ସେଲର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, ଭଗବାନ ସାହୁ, ମହମ୍ମଦ ଅଲ୍ଲୀ ହୁସେନ ଖାନ, ଚିତ୍ତରଞ୍ଜନ ମହାରଣା ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

Share

Leave a Reply