ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମୁରିସିଙ୍ଗା ଠାରେ କଂଗ୍ରେସ ନେତା ସୁଦିପ ମିଶ୍ର (ଲାଟା)ଙ୍କ ନେତୃତ୍ୱରେ ଏକ ପ୍ରତିଜ୍ଞା ସଭା ଅନୁଷ୍ଠିତ ହୋଇଛି। ପୂର୍ବତନ ଢେଙ୍କାନାଳ ଲୋକସଭା ଯୁବ କଂଗ୍ରେସ ଉପସଭାପତି ସୁନିଲ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସଭାରେ କଂଗ୍ରେସ କର୍ମୀମାନେ ଦଳର ସଂଗଠନ ବିଷୟରେ ଆଲୋଚନା କରିବା ସହିତ କଂଗ୍ରେସ ଦଳ ପାଇଁ ନିଃସ୍ଵାର୍ଥ ଭାବରେ କାମ କରି ଭାରତ ସରକାର ରାଜ୍ୟ ସରକାରଙ୍କ ଜନମାରଣନୀତି ବିରୋଧରେ ଲୋକଲୋଚନକୁ ଆଣିବା ସହିତ ଅନ୍ୟାନ୍ୟ ବିରୋଧରେ ଲଢ଼ିବା ଜାରି ରଖୁବା ବୋଲି ପ୍ରତିଜ୍ଞା କରିଥିଲେ। ସଭାରେ କୁମୁରିସିଙ୍ଗା ଗ୍ରାମପଞ୍ଚାୟତ କଂଗ୍ରେସ ସଭାପତି ବନବିହାରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଓବିସି ସେଲ୍ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିବ କୁମାର ମାଣ୍ଡେଠିଆ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ସାହୁ, ପୂର୍ବତନ ଯୁବ କଂଗ୍ରେସ ଅନୁଗୁଳ ବିଧାନସଭା ସଭାପତି ସୀତାଂଶୁ ପ୍ରଧାନ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଅରୁପ ସାମଲ, ଜିଲ୍ଲା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ୍ ସଭାପତି ରାକେଶ ଦେହୁରୀ, କଂଗ୍ରେସ ନେତା ଗୋପାଳ ପ୍ରଧାନ, ଅରୁଣ କୁମାର ଦାସ, ବିଶ୍ଵରଞ୍ଜନ ସାହୁ, ବଳିଆ ମାଝୀ, ଚିକୁ ମାଝୀ, ଡୁଡୁଲୁ ଦେହୁରୀ, ବରୁଣ ଦେହୁରୀ, ଡେନି ପ୍ରଧାନ, ବିଜୟ କେତନ ପ୍ରଧାନ, ଉପେନ୍ଦ୍ର ଦେହୁରୀ, ଟିଟିନା ଦେହୁରୀ, ଦୀପ ବିଶ୍ଵାଳ, ଅଜିତ୍ ପ୍ରଧାନ, ପ୍ରଦୀପ ମିଶ୍ର, ପ୍ରଭୁଦତ୍ତ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।