ନିରାପଦ ଉତ୍ପାଦ, ଆଶ୍ୱସ୍ତ ଗ୍ରାହକ: ଅନୁଗୁଳରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

You are currently viewing ନିରାପଦ ଉତ୍ପାଦ, ଆଶ୍ୱସ୍ତ ଗ୍ରାହକ: ଅନୁଗୁଳରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ସାମାଜିକ ସଂଗଠନ “ସ୍ପନ୍ଦନ” ଓ ଜିଲ୍ଲା ବୈଧ ମାପ ଓଜନ ବିଭାଗ ପକ୍ଷରୁ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରିଣୀ ମିନାରବାଳା ସେନ ଉଦଘାଟନ କରି ଉପଭୋକ୍ତାମାନେ ସାମଗ୍ରୀ କିଣିବା ସମୟରେ ସଚେତନ ରହିବା ସହ ରସିଦ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥିରେ ପୂର୍ବତନ ଅଧ୍ୟକ୍ଷ କଲ୍ୟାଣ କିଶୋର ମହାନ୍ତି ଓ ସାମ୍ବାଦିକ ସନ୍ତୋଷ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇ ଖାଉଟି ଆଇନ ଏବଂ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରିବା ସମ୍ପର୍କରେ ଉପସ୍ଥିତ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଂଜନ ଘୋଷ, ଶିବ ପ୍ରସାଦ ମଲ୍ଲିକ ଓ ମିତାଲି ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବିଭୂ ଶତପଥୀ ଓ ସୁଶାନ୍ତ କୁମାର ବେହେରା ସଭା ପରିଚାଳନା କରିଥିଲେ। ଏହି ଶିବିରରେ ପ୍ରାୟ ୧୧୫ ଜଣ ଯୋଗଦେଇଥିଲେ।

Share

Leave a Reply