ଡିଏମଏଫ ପାଣ୍ଠି କାର୍ଯ୍ୟ ସାରୁନଥିବା ଠିକାଦାରଙ୍କ ରଦ୍ଧ ହେବ କାର୍ଯ୍ୟାଦେଶ, ଆଦାୟ ହେବ ଜରିମାନା

You are currently viewing ଡିଏମଏଫ ପାଣ୍ଠି କାର୍ଯ୍ୟ ସାରୁନଥିବା ଠିକାଦାରଙ୍କ ରଦ୍ଧ ହେବ କାର୍ଯ୍ୟାଦେଶ, ଆଦାୟ ହେବ ଜରିମାନା

ଅନୁଗୁଳ: ଦୀର୍ଘ ତିନି ବର୍ଷ ପରେ ଅନୁଗୁଳ ଜିଲ୍ଲାରେ ଖଣିଜ ପାଣ୍ଠି ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ଆଜି ହୋଇଛି। ବିଗତ ବର୍ଷ ମାନଙ୍କରେ ଖଣିଜ ପାଣ୍ଠି ବିନିଯୋଗ କରି ଜିଲ୍ଲାରେ ଅନେକ ଗୁଡିଏ ବଡ଼ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ।

ସହର ଉପରେ ନିର୍ମାଣାଧୀନ ଥିବା ଜିଲା ଷ୍ଟାଡିୟମ ଓ କୃଷ୍ଣା ସାଗର ପରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଆଜିର ଏହି ଟ୍ରଷ୍ଟ ବୋର୍ଡ ବୈଠକରେ ସମସ୍ତ ବିଷୟରେ ଆଲୋଚନା ହୋଇଥିବା ବେଳେ ଯେଉଁ ଠିକାଦାର ମାନେ ସହଯୋଗ ରଖୁନାହଁନ୍ତି। ଏପରିକି ବାରମ୍ବାର କହିବା ପରେ ମଧ୍ୟ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରୁନାହଁନ୍ତି। ସେମାନଙ୍କ କାର୍ଯ୍ୟଦେଶ ରଦ୍ଧ ହେବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ଅନୁଗୁଳ ଜିଲ୍ଲାପାଳ ଅବଦଲ ଏମ ଅଖତାର କହିଛନ୍ତି। ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଅଧା ଅପନ୍ତରିଆ ହୋଇ ପଡିରହିଛି ସେ ଗୁଡିକୁ ଅନ୍ୟ ଠିକାଦାରଙ୍କୁ ଦିଆଯାଇ କାର୍ଯ୍ୟ ଶୀଘ୍ର ସମସ୍ତ କରାଯିବ।

Share

Leave a Reply