ଟ୍ରକ ଲୋଡିଂ ବନ୍ଦ ବିବାଦ, ବିଧାୟକଙ୍କ ହସ୍ତକ୍ଷେପ ପରେ ତୁଟିଲା ସମସ୍ୟା

You are currently viewing ଟ୍ରକ ଲୋଡିଂ ବନ୍ଦ ବିବାଦ, ବିଧାୟକଙ୍କ ହସ୍ତକ୍ଷେପ ପରେ ତୁଟିଲା ସମସ୍ୟା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ବନ୍ଦ ଥିବା ଟ୍ରକ ଲୋଡିଂ ପ୍ରତ୍ୟାହାର କରିବା ପାଇଁ ବିଧାୟକ ହସ୍ତକ୍ଷେପ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ଓ ସାଧାରଣ ସମ୍ପାଦକ ଟ୍ରକ ଲୋଡିଙ୍ଗ ବନ୍ଦ କରିବାକୁ ନେଇ ସଂଘରେ ବିବାଦ ଦେଖାଦେଇଥିଲା। କିନ୍ତୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ପୁନର୍ବାର ଲୋଡିଂ ଆରମ୍ଭ ହୋଇଛି।

ସୂଚନା ମୁତାବକ, ୨୦୨୧ ମସିହାରେ ଅନିୟମିତତା ଦୃଷ୍ଟିରୁ ସଂଘର ୧୮ ଜଣ ସଦସ୍ୟଙ୍କ ସଦସ୍ୟତା କଟି ଯାଇଥିଲା। ଏହି ସଦସ୍ୟ ମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ।ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ତର୍ଜମା କରିବା ପରେ ସଦସ୍ୟତା କାଟିଥ‌ିବା କାରଣକୁ ସଠିକ ପାଇଥିଲେ। ଏହା ପରେ ଏହି ୧୮ ଜଣ ସଦସ୍ୟତା ବ୍ୟାହତ ହୋଇ ପାରିନଥିଲା। କିନ୍ତୁ ସଂଘର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବତନ ସଭାପତି ଓ ସାଧାରଣ ସମ୍ପାଦକ ପୁଣି ଥରେ ଏହି ବହିଷ୍କୃତ ହୋଇଥ‌ିବା ସଦସ୍ୟ ମାନଙ୍କୁ ସଦସ୍ୟତା ଦେବାପାଇଁ ସଂଘରେ ବିଭ୍ରାଟ କରୁଛନ୍ତି ବୋଲି ସଂଘର ଉପ ସଭାପତି ଅମରେଶ ଚନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି।

୫ ତାରିଖ ଦିନ ଅନୁଗୁଳ ବିଧାୟକଙ୍କ ହସ୍ତକ୍ଷେପ ପରେ ଲୋଡ଼ିଙ୍ଗ ପ୍ରକ୍ରିୟା ଜାରି ରହିଥିଲା।

Share

Leave a Reply