ଅନୁଗୁଳ: ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଢେଙ୍କାନାଳ ପାର୍ଲିଆମେଣ୍ଟର କୋର କମିଟି ବୈଠକ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ଢେଙ୍କାନାଳ ପାର୍ଲିଆମେଣ୍ଟ ବିଜେପି କୋ- ଅଡିନେଟର ପ୍ରେମାନନ୍ଦ ଜେନାଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ବିଜେପି ନେତା ତଥା ଝାଡ଼ଖଣ୍ଡ ରାଜ୍ୟ ବିଜେପି ର ପୂର୍ବତନ ରାଜ୍ୟ ସଭାପତି ଦିନେଶାନନ୍ଦ ଗୋସ୍ୱାମୀ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଅଧିକ ଲାଭାନ୍ବିତ ହୋଇଛି ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ପାର୍ଲିଆମେଣ୍ଟ ପ୍ରଭାରୀ ସୀମାଞ୍ଚଳ ଖଟେଇ, ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ପ୍ରଭାତୀ ପରିଡା, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ଏନ ଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା, ପ୍ରାକ୍ତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ବିଭୂତି ପ୍ରଧାନ, ଶତ୍ରୁଘନ ଜେନା, ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ବିଧାନସଭା କ୍ଷେତ୍ରର ପ୍ରଭାରୀ, ସହ ପ୍ରଭାରୀ, ସଂଯୋଜକ, ସହ ସଂଯୋଜକ ଉପସ୍ଥିତ ଥିଲେ।