ଅନୁଗୁଳ: ଜିଲ୍ଲାରେ କରୋନା କଷଣ ଜାରି ରହିଛି। ଦ୍ୱିତୀୟ ଲହର ନ ଥମୁଣୁ ତୃତୀୟ ଲହର ଆସିବାର ସତର୍କ ଘଣ୍ଟି ବଜାଇଲାଣି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି। ଚିକିତ୍ସା ଭିତ୍ତିଭୂମି ବୃଦ୍ଧି ସହ ସମସ୍ତଙ୍କୁ କରୋନା ଟିକା ଦେବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଜିଲ୍ଲାର ଯୁବଗୋଷ୍ଠୀଙ୍କୁ ଟିକା ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତାକାଲି (ସୋମବାର) ଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସୋମବାରଠୁ ଯୁବଗୋଷ୍ଠୀଙ୍କୁ କରୋନା ଟିକା
- Post published:June 6, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
