ଅନୁଗୁଳ: ଅନୁଗୁଳ ଡେଲି ମାର୍କେଟରେ ଚାଷୀକୁ ଜଣେ ଗ୍ରାହକ ନକଲି ଦୁଇ ଶହ ଟଙ୍କିଆ ନୋଟ ଦେଇ ଚଂପଟ ମାରିଥିବା ଜଣା ପଡ଼ିଛି। ରବିବାର ସକାଳେ କଞ୍ଜରା ଗାଁର ଉତ୍ସବ ସାହୁ ପରିବା ବିକିବାକୁ ଅନୁଗୁଳ ଡେଲି ମାର୍କେଟ ଆସିଥିଲେ। ସେ ନିଜ ପସରା ମେଲାଇ ଥିବା ବେଳେ ଜଣେ ଯୁବକ କିଲେ କଲରା ଓ କିଲେ ଅମୃତଭଣ୍ଡା ନେଇ ଥିଲେ। ଉତ୍ସବ ଯୁବକ ଜଣକ ବଢ଼ାଇଥିବା ଦୁଇ ଶହ ଟଙ୍କିଆ ନୋଟରୁ ପରିବା ବାବଦକୁ ସାଠିଏ ଟଙ୍କା କାଟି ଅବଶିଷ୍ଟ ୧୪୦ ଟଙ୍କା ଫେରାଇଦେଲେ। ମାତ୍ର ଏହାପରେ ନୋଟ ଉପରେ ସନ୍ଦେହ ହେବାରୁ ଭଲ କରି ଦେଖିଲା ବେଳକୁ ତାହା ନକଲି ଟଙ୍କା ବାହାରିଲା। ଉତ୍ସବ ସେ ଲୋକଟି ସାଇକେଲରେରେ ତରବର ହୋଇ ଯାଉଥିବା ଦେଖି ବଜାର ଛକ ପର୍ଯ୍ୟନ୍ତ ଗୋଡାଇଥିଲେ ମଧ୍ୟ ପାଇନଥିଲେ। ଶେଷରେ ସେ କାନ ମୁଣ୍ଡ ଆଉଁସି ଘରକୁ ଫେରିଥିଲେ।
ଚାଷୀକୁ ନକଲି ଦୁଇ ଶହ ନୋଟ ଦେଇ ଗ୍ରାହକ ଛୁ..
- Post published:July 10, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul