ସାତକୋଶିଆରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ, ଖୁବଶୀଘ୍ର ପ୍ରକାଶ ପାଇବ ସଂଖ୍ୟା

You are currently viewing ସାତକୋଶିଆରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ, ଖୁବଶୀଘ୍ର ପ୍ରକାଶ ପାଇବ ସଂଖ୍ୟା

ଅନୁଗୁଳ: ସାତକୋଶିଆରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି। ଗଣନା ପାଇଁ ୪ଟି ବନଖଣ୍ଡକୁ ନେଇ ୧୪ଟି ୟୁନିଟ ଗଠନ କରାଯାଇଥିଲା। ପ୍ରତି ୟୁନିଟରେ ୫ ଜଣ ସାମିଲ ହୋଇଥିଲେ। ସାତକୋଶିଆ ମହାନଦୀର ବିଭିନ୍ନ ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ବିଭିନ୍ନ ପକ୍ଷୀର ରଙ୍ଗ, ଆକାର ଓ ଶବ୍ଦ ଶୁଣି ପକ୍ଷୀ ଗଣନା କରା ଯାଇଥିଲା। ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ ସାହାଯ୍ୟରେ ଏହି ଗଣନା ହୋଇଛି।  ସେହିପରି ପକ୍ଷୀ ଓ କୁମ୍ଭୀର ଗଣନା ସମୟରେ ସ୍ଥାନୀୟ ମାଛ ଧରାଳିଙ୍କୁ ବନ ବିଭାଗ ପକ୍ଷରୁ ନଦୀକୁ ନ ଯିବାକୁ ବାରଣ କରାଯାଇଥିଲା। ଗଣନାରେ ସାମିଲ ହୋଇଥିବା କର୍ମଚାରୀମାନେ ନିଜ ନିଜ ଡିଭିଜନରେ ରିପୋର୍ଟ ଦାଖଲ କରିବା ପରେ କୁମ୍ଭୀର ଓ ପକ୍ଷୀ ଗଣନା ରିପୋର୍ଟ ରାଜ୍ୟସ୍ତରରେ ପ୍ରକାଶ ପାଇବ ବୋଲି ସାତକୋଶିଆ ବନଖଣ୍ଡ ଅଧିକାରୀ ଡା. ସରୋଜ ପଣ୍ଡା ସୂଚନା ଦେଇଛନ୍ତି।

Share

Leave a Reply