ସମ୍ବଲପୁର କୋର୍ଟରେ ଉଠିଲା ଧାରା ୧୪୪, କାର୍ଯ୍ୟରେ ଯୋଗ ଦେଲେ ଓକିଲ

You are currently viewing ସମ୍ବଲପୁର କୋର୍ଟରେ ଉଠିଲା ଧାରା ୧୪୪, କାର୍ଯ୍ୟରେ ଯୋଗ ଦେଲେ ଓକିଲ

ସମ୍ବଲପୁର : ଆଜି ସମ୍ବଲପୁର କୋର୍ଟରେ ଧାରା ୧୪୪ ଉଠିଛି। ଦୀର୍ଘ ୨୦ ଦିନ ପରେ ଅଚଳାବସ୍ଥା ହଟିବା ପରେ ଆଜି ସମ୍ବଲପୁର କୋର୍ଟରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିପରି ସମ୍ବଲପୁର କଚେରି ଅଞ୍ଚଳରେ ଆଜି ରାତି ଯାଏଁ ୧୪୪ ଧାରା ଜାରି ରହିବ। ଆଜି ରାତିରୁ ୧୪୪ ଧାରା ସମ୍ପୂର୍ଣ୍ଣ ଉଠିଯିବ। ପାଖାପାଖି ୨୦ ଦିନ ଧରି କୋର୍ଟ କାମ ବନ୍ଦ ରହିବାରୁ ଲୋକେ ନାନା ଅସୁବିଧାର ସାମ୍ନା କରିଥିଲେ। ଏବେ କୋର୍ଟ କାମ ପୁଣିଥରେ ଆରମ୍ଭ ହେଉଥିବାରୁ ଲୋକେ ଆଶ୍ୱସ୍ତି ହୋଇଛନ୍ତି।

ସୂଚନା ଅନୁସାରେ ସକାଳ ୧୦.୩୦ ପରେ ଓକିଲମାନେ କୋର୍ଟକୁ ଆସିଛନ୍ତି। ସମ୍ବଲପୁରର ଓକିଲ ସଂଘ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗତ ଡିସେମ୍ବର ୭ ତାରିଖରୁ ସମ୍ବଲପୁର ଓକିଲ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ।

ଡିସେମ୍ବର ୧୨ ତାରିଖରେ କୋର୍ଟ ଭଙ୍ଗାରୁଜା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ୩୩ ଜଣ ଓକିଲ, ଜଣେ ସାଧାରଣ ବ୍ଯକ୍ତିଙ୍କ ସମେତ ୮ ଜଣ କିନ୍ନର ଗିରଫ ହୋଇଥିଲେ। ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ଅନୁରୋଧ କ୍ରମେ ଓକିଲ ସମୂହ ଆନ୍ଦୋଳନରୁ ଓହରି ଯାଇଛନ୍ତି ।

Share

Leave a Reply