ବେଆଇନ କାରବାର ଉପରେ ଚଢ଼ଉ

You are currently viewing ବେଆଇନ କାରବାର ଉପରେ ଚଢ଼ଉ

ପାଳଲହଡ଼ା: ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ ପତିଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ବେଆଇନ କାରବାର ଉପରେ ଚଢ଼ଉ କରାଯାଇଥିଲା।
ପାଳଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, ଅବକାରୀ ଏସ୍‌ଆଇ ବିପିନ ସାହୁ, ଯୋଗାଣ ନିରୀକ୍ଷକ ପିଂଟୁ ବେହେରା ପ୍ରମୁଖ ଏହି ଚଢଉ କରିଥିଲେ | ବେଆଇନ ଭାବେ ମାଟି ଓ ବାଲି ନେଉଥିବା ୨ଟି ଟ୍ରାକ୍ଟର ପେଣ୍ଡରାବସା ଛକରେ ଜବତକରି ୨୦ ହଜାର ଲେଖାଏଁ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ଖମାରରେ ଈଶ୍ବରଚନ୍ଦ୍ର ସାହୁ ଓ ସୁରଜ ସାହୁଙ୍କ ତେଜରାତି ଦୋକାନରେ ଚଢ଼ଉ କରାଯାଇଥିଲା। ସେମାନେ ଦୋକାନ ସାମ୍‌ନାରେ ସାମଗ୍ରୀ ଦର ତାଲିକା ଲଗାଇ ନଥିବାରୁ ତାଙ୍କୁ ୨ ହଜାର ଲେଖାଏଁ ଟଙ୍କା ଜରିମାନା କରାଯାଇଥିଲା। ଖମାରର ସାର ଦୋକାନୀ ରାମଚନ୍ଦ୍ର ସାହୁ ଷ୍ଟକ ରେଜିଷ୍ଟର, ଦର ତାଲିକା ଓ ଆବଶ୍ୟକ କାଗଜପତ୍ର ଦେଖାଇ ନପାରିବାରୁ ତାଙ୍କୁ ୨ ହଜାର ଟଙ୍କା ଜୋରିମାନା କରାଯାଇଥିଲା। ଚଢଉରେ ଖମାର ଓ କୁଞ୍ଜାମ ଆର୍‌ଆଇ ମଧ୍ୟ ସାମିଲ ଥିଲେ।

Share

Leave a Reply