ଅନୁଗୁଳ: ଭସାଣ ସମୟରେ କାଳ ସାଜିଛି ବାଣ ଫୁଟେଇବା। କାରଣ ଭସାଣ ସମୟରେ ବାଣ ବିସ୍ଫୋରଣ ହୋଇ କିଛି ଲୋକ ଆହତ ହୋଇଛନ୍ତି। ସରସ୍ୱତୀ ପୂଜା ଭସାଣ ଶୋଭାଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣାରେ ୫ ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଅର୍ନ୍ତଗତ ଜରାସିଂହା ଗ୍ରାମରେ ଆଜି ମା ବାଗଦେବୀଙ୍କ ଭସାଣ ଶୋଭାଯାତ୍ରା ଚାଲିଥିବା ବାଣ ଶୋଭାଯାତ୍ରାରେ ଥିବା ଏକ ଅଟୋରେ ପଡ଼ିଥିଲା। ଫଳରେ ଅଟୋରେ ରହିଥିବା ଅଫୁଟା ବାଣରେ ନିଆଁ ଲାଗିଯିବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଭସାଣ ଶୋଭାଯାତ୍ରା ଦେଖୁଥିବା ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ସରସ୍ୱତୀ ପୂଜା ସମୟରେ ବାଣ ଫୁଟା ଯାଉଥିବା ସମୟରେ ଏପରି ଘଟଣା ଘଟିବା ଦୁର୍ଭାଗ୍ୟଜନକ।


