ରାଉରକେଲା ଇଣ୍ଟରସିଟିରେ ନିଶାଶକ୍ତ ଯୁବକଙ୍କ ଉନ୍ମତ କାଣ୍ଡ: ୪ଥର ଚେନ ପୁଲିଂ ପରେ ଯୁବକଙ୍କୁ କାବୁ କଲା ରେଳବାଇ ପୋଲିସ

You are currently viewing ରାଉରକେଲା ଇଣ୍ଟରସିଟିରେ ନିଶାଶକ୍ତ ଯୁବକଙ୍କ ଉନ୍ମତ କାଣ୍ଡ: ୪ଥର ଚେନ ପୁଲିଂ ପରେ ଯୁବକଙ୍କୁ କାବୁ କଲା ରେଳବାଇ ପୋଲିସ

ଅନୁଗୁଳ: ରାଉରକେଲାରୁ ଇଣ୍ଟରସିଟି ଏକ୍ସପ୍ରେସ ବାହାରି ଅନୁଗୁଳ ଦେଇ ଭୁବନେଶ୍ୱର ଯାତାୟାତ କରୁଥିବା ବେଳେ ଆଜି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ସମ୍ବଲପୁର ଠାରେ ରେଳ ପହଞ୍ଚିଥିବା ବେଳେ ଜଣେ ଯୁବକ ନିଶାରେ ଚୁର ହୋଇ ରେଳ ଗାଡ଼ିରେ ଚଢିଥିଲେ। ଏପରିକି ଏଥିରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଅଶୀଳ ଗାଳିମନ୍ଦ କରିବା ସହ ଲୋକଙ୍କୁ ମାଡ଼ପିଟ ମଧ୍ୟ କରିଥିବା ଯାତ୍ରୀ ଅଭିଯୋଗ ଆଣିଛନ୍ତି।

ତେବେ ସମ୍ବଲପୁର ଠାରୁ ରେଳ ବାହାରିବା ପରେ ଏହି ଘଟଣା ଘଟାଇ ଉକ୍ତ ଯୁବକ ଟ୍ରେନ ଶୌଚାଳୟ ମଧ୍ୟରେ ଭିତରୁ ବାଟ ଦେଇ ଲୁଚି ରହିଥିଲା। ଲୋକେ ରେଳବାଇ ପୁଲିସକୁ ଯୋଗାଯୋଗ କରିବା ପରେ ପୋଲିସ ପହଞ୍ଚି ତାକୁ ଭିତରୁ ବାହାର କରିବାକୁ ଉଦ୍ୟମ କରିଥିବା ବେଳେ ପରବର୍ତ୍ତୀ ଷ୍ଟେସନରେ ଓହ୍ଲାଇବାକୁ ଜଣାଇଥିଲେ। ପୁଣି କିଛି ବାଟ ଟ୍ରେନ ଯିବା ପରେ ଶୌଚାଳୟ ମଧ୍ୟରୁ ଉକ୍ତ ଯୁବକ ଆସି ଲୋକଙ୍କୁ ମାରପିଟ କରିଥିଲା। ଯାତ୍ରା କରୁଥିବା ଲୋକେ ଅତିଷ୍ଠ ହୋଇ ଅନୁଗୁଳରୁ ରେଳ ଛାଡ଼ିଲା ବେଳେ ଜରୁରୀକାଳୀନ ଚେନ ପୁଲିଂ କରିଥିଲେ। ଏଭଳି ୪ ଥର ଚେନ ପୁଲିଂ କରିବା ପରେ ଟ୍ରେନ ଅନୁଗୁଳ ରେଳଷ୍ଟେସନରେ ଅଟକି ଥିଲା।

ଏଠାରେ ରେଳବାଇ ପୁଲିସର ଦୀର୍ଘ ସମୟ ପରିଶ୍ରମ ପରେ ଉକ୍ତ ନିଶାସକ୍ତ ଯୁବକକୁ ଶୌଚାଳୟ ମଧ୍ୟରୁ କାବୁ କରିଥିଲା। ଫଳରେ ଆଜି ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ଅନୁଗୁଳରୁ ବିଳମ୍ବରେ ଚାଲିଥିବା ଜଣାପଡିଛି।

Share

Leave a Reply