ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ, ପର୍ଯ୍ୟଟକଙ୍କୁ ବୋଟିଂ ମନା

You are currently viewing ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ, ପର୍ଯ୍ୟଟକଙ୍କୁ ବୋଟିଂ ମନା

ଅନୁଗୁଳ: ସାତକୋଶିଆ ଗଣ୍ଡରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ତିନି ଦିନ ଧରି ଗଣନା ଚାଲିବ। ଏଣୁ ୧୭, ୧୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କୁ ବୋଟିଂ ପାଇଁ ବାରଣ କରାଯାଇଛି। ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ୧୪ଟି ୟୁନିଟ ଗଠନ ହୋଇଥିବା ବେଳେ ପ୍ରତି ୟୁନିଟରେ ୫ ଜଣ ଅଛନ୍ତି।

ସାତକୋଶିଆ ବନଖଣ୍ଡ ଅଧିକାରୀ ଡା. ସରୋଜ ପଣ୍ଡା କହିଛନ୍ତି, ମୋଟ ୪ଟି ବନଖଣ୍ଡକୁ ନେଇ ୧୪ଟି ୟୁନିଟ ଗଠନ କରାଯାଇଛି। ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ ସାହାଯ୍ୟରେ ଏହି ଗଣନା କରାଯିବ। ୯ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ ରହିବ ବୋଲି ଡା. ପଣ୍ଡା କହିଛନ୍ତି। ୬,୭,୮ ତିନିଦିନ କୁମ୍ଭୀର ଗଣନା ଓ ୧୮ ତାରିଖରେ ପକ୍ଷୀ ଗଣନା କରାଯିବ। ପକ୍ଷୀ ଗଣନା ଗୋଟିଏ ଦିନ ହେଉଥିଲେ ମଧ୍ୟ ୧୭ତାରିଖ ଦିନ ମଧ୍ୟ ଟିକରପଡା ବନ୍ଦ ରହିବ। ସେହିପରି ପକ୍ଷୀ ଓ କୁମ୍ଭୀର ଗଣନା ସମୟରେ ସ୍ଥାନୀୟ ମାଛ ଧରାଳିଙ୍କୁ ବନ ବିଭାଗ ପକ୍ଷରୁ ନଦୀକୁ ନ ଯିବାକୁ ବାରଣ କରାଯାଇଛି।

Share

Leave a Reply