ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଗ୍ରାମ ପୋଖରୀରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି। ଏହି ପୋଖରୀରେ କୁମ୍ଭୀର ଥିବା ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସୂଚନା ମୁତାବକ, ପ୍ରାୟ ୨ ରୁ ୩ ବର୍ଷ ହେଲା ଗ୍ରାମ ପୋଖରୀରେ ଦୁଇଟି କୁମ୍ଭୀର ଥିବା ଗ୍ରାମବାସୀ ଦେଖିଥିଲେ। କୁମ୍ଭୀର ଥିବାରୁ କେହି ପୋଖରୀକୁ ବି ଯାଉନଥିଲେ। କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ବନ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ବାରମ୍ବାର ଅଭିଯୋଗ ପରେ ଆଜି ବନ ବିଭାଗର ଏକ ଟିମ୍ ଆସି ଜାଲ ପକାଇ ଗୋଟିଏ କୁମ୍ଭୀରକୁ ଧରିବାରେ ସଫଳ ହୋଇଛନ୍ତି। ତେବେ ବର୍ତ୍ତମାନ ମଧ୍ୟ ଆଉ ଗୋଟିଏ କୁମ୍ଭୀର ପୋଖରୀରେ ଅଛି। ତାକୁ ବି ଉଦ୍ଧାର କରାଯିବ ବୋଲି ଜଣାଯାଇଛି।
ପୁରୁଣାକୋଟ ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର କଲା ବନ ବିଭାଗ, ଏବେ ବି ଆଉ ଗୋଟେ କରୁଛି ଚଳପ୍ରଚଳ
- Post published:July 2, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul