ଲିଙ୍ଗରାରେ ମାଛ ମାରିବାକୁ ପ୍ରବଳ ଭିଡ଼

You are currently viewing ଲିଙ୍ଗରାରେ ମାଛ ମାରିବାକୁ ପ୍ରବଳ ଭିଡ଼

ଅନୁଗୁଳ: ଲଗାଣ ବର୍ଷା ପରେ ଅନୁଗୁଳର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ। ଗତ ସୋମବାର ଓ ମଙ୍ଗଳବାର ଲଗାଣ ବର୍ଷାଯୋଗୁ ଅନୁଗୁଳ ବିଭିନ୍ନ ନାଳ, ପୋଖରୀରେ ପାଣି ଭର୍ତ୍ତି ହୋଇ ରହିଥିଲାବେଳେ, ବୁଧବାର ସହର ଉପକଣ୍ଠ ଛେଳିଆପଡା ପୋଲ ତଳେ ଲିଙ୍ଗରା ନାଳରେ ମାଛ ଧରା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ସୂଚନା ମୁତାବକ, ବର୍ଷା ଯୋଗୁଁ ଡେରଜାଙ୍ଗ ଜଳାଶୟରୁ ମଙ୍ଗଳବାର ଜଳ ନିଷ୍କାସନ କରାଯାଇଥିଲା।ଏହି ନିଷ୍କାସିତ ଜଳଭଣ୍ଡାରରୁ ମାଛ ପଳେଇ ଆସିଥିଲେ। ଏହି ମାଛ ଧରିବାକୁ ପ୍ରବାହିତ ଲିଙ୍ଗରା ନାଳରେ ବିଭିନ୍ନ ସ୍ଥାନରେ ଲୋକେ ମାଛ ଧରିବା ପାଇଁ ବେଶ୍ ଭିଡ ଜମାଇଥିଲେ। ତେବେ ଛେଳିଆପଡା ପୋଲତଳେ ମେଳିହୋଇ ମଶାରି ସାହାଯ୍ୟ ମାଛ ଧରୁଥିବା ଏକ ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି।

Share

Leave a Reply