ରାସନ କାର୍ଡ ପାଇଁ ବ୍ଲକରେ ହଜାରେ ଲୋକଙ୍କ ଭିଡ଼, ଜଣେ କର୍ମଚାରୀ ଥିବାରୁ ଉତ୍ତେଜନା

You are currently viewing ରାସନ କାର୍ଡ ପାଇଁ ବ୍ଲକରେ ହଜାରେ ଲୋକଙ୍କ ଭିଡ଼, ଜଣେ କର୍ମଚାରୀ ଥିବାରୁ ଉତ୍ତେଜନା

ଅନୁଗୁଳ: ନୂଆ ରାସନ କାର୍ଡ କରିବାକୁ ଏବେ ଲୋକମାନେ ବ୍ଲକ ଅଫିସକୁ ଧାଉଁଛନ୍ତି। ଏଭଳି ସ୍ଥିତିରେ ଅନୁଗୁଳରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗତ ଦୁଇ ତିନିଦିନ ହେବ ଅନୁଗୁଳ ବ୍ଲକ ପରିସରରେ ସକାଳୁ ସଞ୍ଜ ଯାଏ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଛୁଟି ଦିନରେ ମଧ୍ୟ ସନ୍ଧ୍ୟା ପର୍ଯନ୍ତ ବିଭାଗର କର୍ମଚାରୀ ବସି ଲୋକଙ୍କ ପାଇଁ କାମ କରୁଥିବା ଦେଖାଯାଇଛି। ସୋମବାର ଲୋକ ସଂଖ୍ୟା ଏତେ ବଢିଯାଇଥିଲା ଯେ ବ୍ଲକ ପରିସରରେ ପାଦ ପକାଇବାକୁ ଜାଗା ନଥିଲା। ଯୋଗାଣ ବିଭାଗ ପକ୍ଷରୁ ଏକ କକ୍ଷରେ ନୂତନ ରାସନ ହିତାଧିକାରୀଙ୍କ ଇ- କେୱାଇସି କରାଯାଉଥିଲା। ଲୋକ ସଂଖ୍ୟା ବଢ଼ିବାରୁ ଉକ୍ତ ରୁମରେ ଲୋକେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଏସି ଲାଗିଥିବା ବ୍ଲକ ବୈଠକଖାନା ଯିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ସେତେବେଳେ ଲୋକେ ପାଟିତୁଣ୍ଡ କରିଥିଲେ। ତେବେ ଶହଶହ ଆବେଦନକାରୀଙ୍କ ପାଇଁ ମାତ୍ର ଜଣେ କର୍ମଚାରୀ ଥିବାରୁ କାମରେ ଡେରି ହୋଇଥିଲା। ଏଣୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share

Leave a Reply