ଭାରତ କେ’ ରଙ୍ଗ ଏକଲ କେ’ ସଙ୍ଗ: ଏକଲ ପରିବାର ପକ୍ଷରୁ ସାଂସ୍କୃତିକ ବିଚିତ୍ରା

You are currently viewing ଭାରତ କେ’ ରଙ୍ଗ ଏକଲ କେ’ ସଙ୍ଗ: ଏକଲ ପରିବାର ପକ୍ଷରୁ ସାଂସ୍କୃତିକ ବିଚିତ୍ରା

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଏକଲ ପରିବାର ପକ୍ଷରୁ ଗୁରୁବାର ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ  ଆୟୋଜିତ ହୋଇଥିଲା।ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।ଦେଶରେ ଦୁର୍ଗମ ଅଞ୍ଚଳରେ ରହୁଥିବା ବନବାସୀ ଭାଇଭଉଣୀ ମାନଙ୍କୁ ଶିକ୍ଷା,ସ୍ଵାସ୍ଥ୍ୟ ଓ କୃଷି ସମ୍ପନ୍ନତାରେ ତାଲିମ ଦିଆଯିବା ସହ ସେମାନଙ୍କୁ ଭାରତୀୟ ସଂସ୍କୃତି,ସାହିତ୍ୟ ଓ ପରମ୍ପରା ମୁଖ୍ୟ ସ୍ରୋତରେ କିଭଳି ସାମିଲ କରାଯାଉଛି ତାହା ବର୍ଣ୍ଣନା କରିଥିଲେ।

ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ୍ ସିଦ୍ଧନାଥ ସାହୁ ଯୋଗଦେଇ ଏକଲ ଅଭିଯାନର ସଫଳତା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ବିଜୟ କୁମାର ମୋଦୀ, ଭୋଗଦେବ ପ୍ରଧାନ ପ୍ରମୁଖ ଯୋଗ ଦେଇ ଏକଲ ବିଦ୍ୟାଳୟ ର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ସମାରୋହରେ ସିନେ ଅଭିନେତା ଅଶୋକ ଦାସ,କଳାକାର ସଭାପତି ବିରେନ୍ଦ୍ର ପ୍ରଧାନ ଓ ନୃତ୍ୟ ନୀଳୟ ସମ୍ପାଦିକା ସ୍ଵପ୍ନାରାଣୀ ସିହ୍ନାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଏକଲ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ଭାରତୀୟ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ ।

Share

Leave a Reply