ସାଇବର ଠକେଇର ଶୀକାର ହେଲେ ମହିଳା

You are currently viewing ସାଇବର ଠକେଇର ଶୀକାର ହେଲେ ମହିଳା

ଅନୁଗୁଳ: ଅନୁଗୁଳ ସହରର ଫିସେରୀ ଅଫିସ ନିକଟରେ ରହୁଥିବା ଜଣେ ମହିଳାଙ୍କ ଠାରୁ ସାଇବର ଠକ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ଚିନ୍ମୟୀ ମିଶ୍ର ନାମକ ଜଣେ ମହିଳାଙ୍କ ମୋବାଇଲକୁ ଏକ ଫୋନକଲ ଆସିଲା। ଫୋନ କରିଥିବା ବ୍ୟକ୍ତି କ୍ରେଡିଟ କାର୍ଡ ଅଧିକାରୀର ପରିଚୟ ଦେଇ ତାଙ୍କ କ୍ରେଡିଟ କାର୍ଡର ଲିମିଟ ବଢ଼ାଇବା ପାଇଁ କହିଥିଲେ। ଏଥିରେ ଚିନ୍ମୟୀ ରାଜି ହୋଇି କ୍ରେଡିଟ କାର୍ଡର ନମ୍ବର ଓ ସିଭିଭି ଦେଇ ଥିଲେ। ଏହାର କିଛି ସମୟପରେ ତାଙ୍କ କାର୍ଡରୁ ୧ ଲକ୍ଷ ୩୮ ହଜାର ଟଙ୍କା ବ୍ୟୟ ହୋଇଥିବା ସେ ମେସେଜେ ତାଙ୍କ ଫୋନକୁ ଆସିଥିଲା। ଏ ନେଇ ଚିନ୍ମୟୀ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply