ପ୍ରଦୂଷଣମୁକ୍ତ ଅନୁଗୁଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସ୍ବେଚ୍ଛାସେବୀ

You are currently viewing ପ୍ରଦୂଷଣମୁକ୍ତ ଅନୁଗୁଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସ୍ବେଚ୍ଛାସେବୀ

ଅନୁଗୁଳ: ଶିଳ୍ପ ସହର ଅନୁଗୁଳରେ ପ୍ରଦୂଷଣର ଗ୍ରାଫ ଉପରମୁହାଁ ହୋଇ ଚାଲିଛି। ଗତ ପାଞ୍ଚ ବର୍ଷ ଧରି ଏହି ପ୍ରଦୂଷଣ ସମସ୍ୟା ଅନୁଗୁଳ ଜିଲ୍ଲା ବାସୀଙ୍କୁ କଲବଲ କରୁଛି। ଶ୍ୱାସ, ଯକ୍ଷ୍ମା, କ୍ୟାନ୍ସର,ଚର୍ମ ରୋଗ ଆଦିରେ ଲୋକମାନେ ପଡି ହନ୍ତସନ୍ତ ହେଉଛନ୍ତି। ଖଣି କଳକାରଖାନାର ଧୂଆଁ ଧୂଳି, ଗଡି ମଟରର ଧୂଆଁ ପ୍ରଦୂଷଣର ମାତ୍ରାକୁ ଦ୍ବିଗୁଣିତ କରୁଛି। ପ୍ରଶାସନ କି କମ୍ପାନୀ କର୍ତୃପକ୍ଷ କେହିହେଲେ ଏଥିପାଇଁ ଧ୍ୟାନ ଦେଉ ନାହାନ୍ତି। ଅନୁଗୁଳ ଜିଲ୍ଲାରୁ ସବୁଜିମା ହଜି ଯିବାକୁ ବସିଲାଣି। ପୁରୁଣା ଜଙ୍ଗଲକୁ ଖଣି କର୍ତୃପକ୍ଷ କାଟିବାରେ ଲାଗିଛନ୍ତି। ଅନୁଗୁଳ ଜିଲ୍ଲାରେ ବସ ବାସ କରିବା ଏକରକମ ଅସମ୍ଭବ ହୋଇପଡ଼ିଲାଣି। ତେଣୁ ଏହାର ନିରାକରଣ ପାଇଁ କୋଡିଏରୁ ତିରିଶ ସ୍ବେଚ୍ଛାସେବୀ ସାଇକଲରେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବି ପତ୍ର ଦେବେ। ସ୍ବେଛାସେବୀ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ଆଦ୍ୟାଶ୍ଳୋକ ମିଶ୍ର ଆଦିଙ୍କ ନେତୃତ୍ୱରେ ଏହି ଟିମ ଭୁବନେଶ୍ୱର
ଗସ୍ତ କରିବେ। ଆସନ୍ତା ୧୫ ତାରିଖ ସକାଳେ ଜଗନ୍ନାଥ ମନ୍ଦିର ସାମନାରୁ ବାହାରି ଟିମ ୧୬ ତାରିଖ ଦିନ ଭୁବନେଶ୍ୱର ପହଞ୍ଚିବାକୁ ଲକ୍ଷ ରଖିଛି ଦଳ। ଯୁବ ସ୍ବେଚ୍ଛାସେବୀଙ୍କ ଏହି ଆଭିମୁଖ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Share

Leave a Reply