ଖୁବ ଶୀଘ୍ର ଉଦ୍‌ଘାଟିତ ହେବ ବହୁମୁଖୀ ଦୋକାନ ‘‌ସାଇକ୍ଲୁ’

You are currently viewing ଖୁବ ଶୀଘ୍ର ଉଦ୍‌ଘାଟିତ ହେବ ବହୁମୁଖୀ ଦୋକାନ ‘‌ସାଇକ୍ଲୁ’

ଅନୁଗୁଳ: ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତଥା ଅନୁଗୁଳ ପୌରପାଳିକା ପକ୍ଷରୁ ଏକ ଇକୋ ଫ୍ରେଣ୍ଡଲି ଆଉଟ ଲେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅମଲାପଡ଼ା ଥାର୍ଡ ଲାଇନରେ ଖୋଲିବାକୁ ଥିବା ଏହି ବହୁମୁଖୀ ଆଉଟଲେଟ ଖାଲି ଜିଲ୍ଲା କାହିଁକି ସାରା ରାଜ୍ୟରେ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିବ। ଆଉଟଲେଟର ନାମ ‘‌ସାଇକ୍ଲୁ’ ରଖାଯାଇଛି କାରଣ ଦୈନନ୍ଦିନ ଜୀବନରେ ବାହାରୁଥିବା ବର୍ଯ୍ୟବସ୍ତୁକୁ ପୁନର୍ବ୍ୟବହରଯୋଗ୍ୟ ବା ରିସାଇକଲିଂ କରାଯାଇ ବିକ୍ରୟ କରାଯିବ। ଏହି ଆଉଟଲେଟରେ କାଇଣ୍ଡନେସ ଯୋନ ରହିବ। ଲୋକମାନେ ପୁରୁଣା ଶୀତ ବସ୍ତ୍ରଏ ବଂ ପୁରୁଣା ବହି ଏଠି ଅନ୍ୟମାନଙ୍କ ପାଇଁଦେ ଇପାରିବେ।ମନ୍ଦିରର ବର୍ଯ୍ୟ ଫୁଲରୁ ଧୂପ ଓ ଅତର ବାହାର କରାଯାଇ ବିକ୍ରୀ ହେବ।ମହିଳା ଗୋଷ୍ଠୀ ଦ୍ୱାରା ଗୂଡ଼ ତିଆରି ବିଭିନ୍ନ ଖାଦ୍ୟ ମୁଆଁ, ଲଡୁ ଆଦି ବିକ୍ରି କରାଯିବ। ଇ-ୱେଷ୍ଟରୁ ଘର ସଜେଇବା ପାଇଁ ବିଭିନ୍ନ ଆଇଟମ ମିଳିବ। ଜେଏସ୍‌ପିଏଲ୍ ଫାଉଣ୍ଡେସନ ପକ୍ଷରୁ କାଗଜ ୱେଷ୍ଟରୁ ବିଭିନ୍ନ ଉପକରଣ ତିଆରି କରଯାଇ ବିକ୍ରୟ କରାଯିବ। ଉଦାହରଣ ସ୍ୱରୂପ ଏପରି କାଗଜ ଆସିବ ଯାହାକୁ ବ୍ୟବହାର ପରେ ମାଟିରେ ଫିଙ୍ଗିଦେଲେତା ଭିତରେ ଥିବା ମାଇକ୍ରୋ ତୁଳସୀ ମଞ୍ଜିରୁ ତୁଳସୀ ଗଛ ଉଠିବ। ମୋଟା ମୋଟୀ କହିବାକୁ ଗଲେ ଏହି ଇକୋ ଫ୍ରେଣ୍ଡଲି ଦୋକାନ ଖୋଲିବାନେଇ ଜନସାଧାରଣ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Share

Leave a Reply