ଅନୁଗୁଳ: ରବିବାର ସନ୍ଧ୍ୟାରେ କଳିଙ୍ଗ ଯୁବ ବିକାଶକେନ୍ଦ୍ର,ଲଷ୍ମୀ ବଜ଼ାର ପକ୍ଷରୁ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାତ ବର୍ଷରୁ ବାର ବର୍ଷ ବୟସ ମଧ୍ୟରେ ଥିବା ପ୍ରତିଭା ସମ୍ପନ୍ନ ସ୍ଥାନୀୟ ନୃତ୍ୟ ଶିଳ୍ପୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।
ବ୍ରଜେନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବିନୋଦ କୁମାର ସାମଲ ଓ ସଂଗ୍ରାମ ଦାସ ବିଚାରକ ରୂପେ ଯୋଗ ଦେଇ ଅନୁଗୁଳର ବିଶିଷ୍ଟ ଫଟୋ ଜୋରନାଲିଷ୍ଟ ରାଜେନ୍ଦ୍ର ସାମଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ପ୍ରତିଯୋଗିତାରେ ସାଇ ସନୟା ବେହେରା ପ୍ରଥମ, ଆରାଧନା ପ୍ରଧାନ ଦ୍ଵିତୀୟ ଓ ପ୍ରଜ୍ଞା ପାରମିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଟିଭି ପକ୍ଷରୁ ସ୍ୱାଗତିକା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ରାକେଶ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।