ଅନୁଗୁଳ: ଏନ୍ଟିପିସି ଥାନା ଇଲାକା ଏନଟିପିସି ଡିଏଭି ସ୍କୁଲରୁ ପୁଣି ଚୋରି । ଗତ ୧ ତାରିଖ ରାତିରେ କିଛି ଦୁର୍ବୃତ୍ତ ସ୍କୁଲର ଛାତ ଉପରୁ ପ୍ରାୟ ୩୬ ହଜାର ଟଙ୍କାର ଡିସି କେବୁଲ୍ କାଟି ନେଇଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଅନୁସନ୍ଧାନ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ମଧ୍ୟରେ ଏନ୍ଟିପିସି ଡିଏଭିରୁ ଏହା ତୃତୀୟ ଚୋରି । ୨୦୧୯ ଜୁଲାଇ ମାସରେ କିଛି ଦୁର୍ବୃତ୍ତ ଅନୁରୂପ ଭାବେ ଡିସି କେବୁଲ୍ କାଟି ନେଇଥିଲେ । ସେହିପରି ଗତ ଫେବ୍ରୁଆରୀ ମାସରେ ମଧ୍ୟ କେବୁଲ୍ ଚୋରି ହୋଇଥିବା ବେଳେ ପୁଲିସ୍ ଚୋରଙ୍କ ଟେର୍ ପାଉନି ।
ଏନ୍ଟିପିସି ଡିଏଭିରୁ ପୁଣି ଚୋରି, ୩୬ ହଜାର ଟଙ୍କାର ଡିସି କେବୁଲ୍ କାଟିନେଲେ
- Post published:April 4, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
