CADLAB

ମହିଳାଙ୍କୁ ଗାଳିଗୁଲଜ, ଟଣାଓଟରା

0

ଅନୁଗୁଳ: ପାଳଲହଡ଼ା ଥାନା ଇଲାକା ବତିସୁଆଁ ଗ୍ରାମରେ ଜଣେ ମହିଳାଙ୍କୁ ଗାଳିଗୁଲଜ ସହ ତାଙ୍କ ପିନ୍ଧା ଲୁଗାକୁ ଚିରି ଟଣାଓଟରା କରାଯିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ମୁତାବକ, ଗତ ୧ ତାରିଖ ରାତି ପ୍ରାୟ ୧୨ଟା ବେଳେ ମହିଳା ଏକୁଟିଆ ଘରେ ଥିଲେ । ଏହି ସମୟରେ ଗ୍ରାମର ଅଇଁଠୁ ନାଏକ ଓ ତାଙ୍କ ପୁଅ ତାଙ୍କ ଘର ସାମ୍ନାକୁ ଆସି ମହିଳାଙ୍କୁ ଗାଳିଗୁଲଜ କରିଥିଲେ । ମହିଳା ସେମାନଙ୍କୁ ବିରୋଧ କରିବାରୁ ସେମାନେ ରାଗି ଯାଇ ତାଙ୍କ ପିନ୍ଧା ଲୁଗାକୁ ଚିରି ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ସାହି ପଡ଼ିଶା ଲୋକ ସେଠାରେ ପହଞ୍ଚିଥିଲେ ହେଁ କେହି ବିରୋଧ କରିନଥିଲେ । ମହିଳାଙ୍କୁ ଟଣାଓଟରା କରିବା ସହିତ ଏନେଇ ପୁଲିସ୍ ରେ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଯାଇଥିଲେ । ତେବେ ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.