ଅନୁଗୋଳ: ସ୍ଥାନୀୟ ପାଳଲହଡ଼ା ବ୍ଲକର ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରୀ ଭାବେ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଡାକ୍ତର ନିଯୁକ୍ତି ଦାବିରେ ୫ଟି ପଞ୍ଚାୟତର ମହିଳା ସଂଘ ଓ ବିଜେଡିର ମିଳିତ ସହଯୋଗରେ ୧୨ ଘଣ୍ଟିଆ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି।
ପୂର୍ବରୁ ଏକ ଏନ୍ଜିଓ ହାତରେ ଥିବା ଏହି କେନ୍ଦ୍ର ଅନିୟମିତତା ଯୋଗୁଁ ବନ୍ଦ ହୋଇଯାଇଥିଲା। ପରେ ସ୍ୱାସ୍ଥ୍ୟ ବିଭାଗାଧୀନ ହୋଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତି ଯୋଗୁଁ ଅଞ୍ଚଳବାସୀ ଚିକିତ୍ସାରୁ ବଞ୍ଚିତ ହେଉଥିଲେ। ଆନ୍ଦୋଳନ ସ୍ଥଳରେ ପାଳଲହଡ଼ା ତଥା ତାଳଚେରର ବହୁ ନେତୃବୃନ୍ଦ ଓ ମହିଳା ସାମିଲ ହୋଇଥିଲେ।
ଅପରାହ୍ନରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆସନ୍ତା ସୋମବାରଠାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଯୋଗାଇଦେବା ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।











