ଅନୁଗୋଳ କଲେଜର ଉନ୍ନତି ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ

You are currently viewing ଅନୁଗୋଳ କଲେଜର ଉନ୍ନତି ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ
oplus_262144

ଅନୁଗୋଳ: ଆଜି ଅପରାହ୍ନରେ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁ। ସେ ଅନୁଗୋଳ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ଓ ସରକାରଙ୍କ ସହଯୋଗ ଉପରେ ଆଲୋକପାତ କରିଥିଲେ।ବୈଠକରେ ଅନୁଗୋଳ କଲେଜର ୬ ଟି ହଷ୍ଟେଲ ର ନାମ ଅନୁଗୋଳର ବିଭିନ୍ନ ବରପୁତ୍ରଙ୍କ ନାମରେ ନାମିତ କରାଯିବାକୁ ସ୍ଥିର କରାଯାଇଛି। ହଷ୍ଟେଲ ଗୁଡ଼ିକ ବର୍ଷ ମଧ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ମରାମତି ହୋଇଥିଲେ ମଧ୍ୟ ଚଳିତ ବର୍ଷା ଋତୁରେ ପୁଣି ପାଣି ଗଳିବାକୁ ନେଇ ଅଧ୍ୟକ୍ଷ ଉଦବେଗ ପ୍ରକାଶ କରିଥିଲେ।ଯୁକ୍ତ ଦୁଇର ନବନିର୍ମିତ କୋଠା ଚାରିପାଖ ପରିବେଶ ଠିକ୍ ନଥିବାରୁ ସେଥିନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଥିଲା।

ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ  ଉଦ୍ୟମରେ  ଏମସିଏଲ ପକ୍ଷରୁ ୫୦ ଟି ଶ୍ରେଣୀ ପ୍ରକୋଷ୍ଠ ନିର୍ମାଣ କରାଯିବ ବୋଲି ସ୍ଥିର କରାଯାଇଛି। ସେହିଭଳି ପୌରପାଳିକା ପକ୍ଷରୁ କଲେଜର ଚତୁର୍ପାଶ୍ଵ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଆଲୋଚନା କରାଯାଇଥିଲା। ତେବେ ଅଧିକ ଶ୍ରେଣୀ ଗୃହ ଆବଶ୍ୟକ ହେଉଥିବାରୁ ଜିଲ୍ଲାପ୍ରଶାସନ ସହ ଏଥିନେଇ ପୁରାତନ ଛାତ୍ର ସଂସଦ ଆଲୋଚନା କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କଲେଜ୍ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଶିକ୍ଷାଦାନ ଓ ଶିକ୍ଷଣ ପରିବେଶରେ ଉନ୍ନତି ଆସିଥିବାରୁ ତାଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଲେଜ୍ ପକ୍ଷରୁ ସୁଶାନ୍ତ କୁମାର ପ୍ରଧାନ, ପ୍ରଭାସ ଜେନା, ସୁରେଶ ରାଜହଂସ ପ୍ରମୁଖ ଉପସ୍ଥିତ ଥିଲେ। ପୁରାତନ ଛାତ୍ର ସଂସଦ ପକ୍ଷରୁ ଦେବାଶିଷ ପଟ୍ଟନାୟକ, ଦ୍ୱାରିକା ନନ୍ଦ, ରାଜା ମହେନ୍ଦ୍ର କୁମାର ମିଶ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Share

Leave a Reply