ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରେ ମତ୍ସ୍ୟ ବିଭାଗ ଅଧିକାରୀ ନଥିବାରୁ ମାଛଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ୧୫ ବର୍ଷ ହେବ ଏଠାରେ ୪ଟି ପଦ ଖାଲି ପଡ଼ିଥିବା ବେଳେ କାର୍ଯ୍ୟାଳୟର ସ୍ଥିତିକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ଋଣ ଓ ଜ୍ଞାନକୌଶଳ ପାଇଁ ଆସୁଥିବା ଚାଷୀଙ୍କୁ ଅନୁଗୁଳ କାର୍ଯ୍ୟାଳୟକୁ ଯିବାକୁ ପରାମର୍ଶ ଦିଆଯାଉଛି।
ସେହିପରି ବ୍ଲକରେ ପିଏ, ପିଏସଓ ଏବଂ ଏକାଉଣ୍ଟ ଅଫିସର ନଥିବାରୁ ପ୍ରାଶାସନିକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ରାଜ୍ୟର ଅନ୍ୟତମ ପ୍ରମୁଖ ଶିଳ୍ପାଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଏପରି ବୈମାତୃକ ମନୋଭାବ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଖାଲି ପଦଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ଦାବି ହେଉଛି।











