ଅନୁଗୋଳ: ଆଗାମୀ ପର୍ବ ଋତୁକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏସପି ରାହୁଲ ଜୈନଙ୍କ ମାର୍ଗଦର୍ଶନରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ନାକା ଓ ସନ୍ଧ୍ୟାକାଳୀନ ଯାଞ୍ଚ ସକ୍ରିୟ ଭାବେ କରାଯାଉଛି। ପାର୍ବଣ ସମୟରେ ଅପରାଧ ରୋକିବା, ଟ୍ରାଫିକ ଚଳାଚଳକୁ ସୁଗମ କରିବା ଏବଂ ସାଧାରଣ ଜନତାଙ୍କୁ ସୁରକ୍ଷିତ ପରିବେଶ ଯୋଗାଇ ଦେବା ଏହି ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ ଛକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଗାଡ଼ି ମୋଟର ଯାଞ୍ଚ କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପାର୍ବଣ ପୂର୍ବରୁ ଅନୁଗୋଳରେ ପୋଲିସର କଡ଼ାକଡ଼ି ଚେକିଂ
- Post published:September 2, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul





