ଅନୁଗୋଳ: ଟ୍ରାଫିକ୍ ନିୟମ କଡ଼ାକଡ଼ି କରିବା ଏବଂ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଏଆଇ-ଆଧାରିତ ଇ-ଚାଲାନ୍ ସିଷ୍ଟମ୍ (AI-Based e-Challan System) ଶୁଭାରମ୍ଭ ହୋଇଛି। ମୋଟର ଯାନ ଆଇନର ଧାରା ୧୯୪(C) ଏବଂ ୧୯୪(D) ଅନୁଯାୟୀ ଏହି ବ୍ୟବସ୍ଥା ମାଧ୍ୟମରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ନୂତନ ପ୍ରଣାଳୀ କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ହିଁ କ୍ୟାମେରା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ କରାଯାଇଛି ଏବଂ ସଂପୃକ୍ତ ଉଲ୍ଲଂଘନକାରୀମାନଙ୍କୁ ଇ-ଚାଲାଣ ପଠାଯାଇଛି। ବିଶେଷ କରି ବିନା ହେଲମେଟ୍ ଏବଂ ଦୁଇଚକିଆ ଯାନରେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନେ ଏହି ବ୍ୟବସ୍ଥାର ପରିସରଭୁକ୍ତ ହୋଇଛନ୍ତି।
ରାସ୍ତାରେ ଯାତ୍ରା କରୁଥିବା ସମୟରେ ସମସ୍ତ ନାଗରିକ ଟ୍ରାଫିକ୍ ନିୟମ ପାଳନ କରିବା, ନିୟମିତ ହେଲମେଟ୍ ପିନ୍ଧିବା ଏବଂ ଦାୟିତ୍ୱର ସହ ଗାଡ଼ି ଚଳାଇବା ପାଇଁ ଅନୁଗୁଳ ପୋଲିସ ପକ୍ଷରୁ ସମସ୍ତଙ୍କୁ ଦୃଢ଼ ଅପିଲ୍ କରାଯାଇଛି। ଆପଣଙ୍କର ସଚେତନତା ଏବଂ ନିୟମ ପାଳନ ହିଁ ଆପଣଙ୍କ ନିଜର ଏବଂ ଅନ୍ୟମାନଙ୍କ ଜୀବନକୁ ସୁରକ୍ଷିତ ରଖିବ।











