ଆମ୍ବୁଲାନ୍ସ ନ ମିଳିବାରୁ ବାଇକରେ ଶବ ବୋହିବା ଘଟଣା, କ୍ଷତି ପୂରଣ ଦାବି କଲା ଆମ୍ ଆଦମୀ ପାର୍ଟି

You are currently viewing ଆମ୍ବୁଲାନ୍ସ ନ ମିଳିବାରୁ ବାଇକରେ ଶବ ବୋହିବା ଘଟଣା, କ୍ଷତି ପୂରଣ ଦାବି କଲା ଆମ୍ ଆଦମୀ ପାର୍ଟି

ଅନୁଗୁଳ: ସ୍ଥାନୀୟ ବଲାସିଂହା ଗ୍ରାମରେ ଗତକାଲି ବଜ୍ରାଘାତରେ ମୃତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ସେବା ନ ମିଳିବାରୁ ବାଇକରେ ବୁହା ହେଇ ଆସିବା ଘଟଣାରେ ରାଜନୀତି ଜୋର ଧରିଛି। ଏ ନେଇ ଅନୁଗୁଳ ଆମ୍ ଆଦମୀ ପାର୍ଟିର ଅନୁଗୁଳ ବ୍ଲକ ସଭାପତି ପ୍ରଦୀପ କୁମାର ସାହୁ, ଜିଲ୍ଲା ଯୁଗ୍ମ ସଂପାଦକ ପ୍ରିୟବ୍ରତ ପ୍ରଧାନ, ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଉପ ସଭାପତି ବିକ୍ରମ କୁମାର ରାଉତ ରୋଗୀଙ୍କୁ ଠିକ୍ ସେବା ଯୋଗାଇ ଦେବା ଏବଂ ବଜ୍ରାଘାତରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ଏ ନେଇ ସିଡିଏମଓଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଥିଲେ, ୧୦୮ ଆମ୍ବୁଲାନ୍ସ ଆମ ଅଣ୍ଡରରେ ନାହିଁ। ଏ ଘଟଣା ବିଷୟରେ ଭୁବନେଶ୍ବର ସହ କଥା ହୁଅନ୍ତୁ ବୋଲି ସେ କହିଥିଲେ।

ଏହି ଘଟଣାକୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ଜିଲ୍ଲାପାଳ ଏ ଘଟଣା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଦାବି ପତ୍ର ପ୍ରଦାନ ବେଳେ ସୁମନ୍ତ ସାହୁ, ଅଶୋକ କୁମାର ସାହୁ, ସତ୍ୟବାଦୀ ନାହାକା, ଜଗଦୀଶ ଦାସ, ଜ୍ୟୋତି ରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ।

Share

Leave a Reply