କୋରଡ଼ାର ନିଖୋଜ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମର ନିଖୋଜ ଥିବା ଯୁବକଙ୍କର ମୃତ ଦେହକୁ ଆଜି ପୋଲିସ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଗତ ମାସ ୨୬ ତାରିଖରେ କୋରଡ଼ା ଗ୍ରାମର ଅରୁଣ ବେହେରାଙ୍କ ପୁଅ ବିକାଶ (୨୨)ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଜରପଡା ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଏନଟିପିସି ଅଞ୍ଚଳର ଜଣେ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ଉକ୍ତ ଯୁବକ ବିକାଶକୁ ହତ୍ୟା କରି ଏକ ପଥର କୁଆଁରୀରେ ଫୋପାଡ଼ି ଦେଇଛି ବୋଲି ସ୍ୱୀକାର କରିଥିଲା।

ଯୁବକର ବୟାନ ଆଧାରରେ ଜରପଡା ପୋଲିସ ବିକାଶର ପରିବାରକୁ ନେଇ ଢେଙ୍କାନାଳ ଜିଲ୍ଲା ଗୁଡ଼ିଆକାଟେଣୀ ନିକଟସ୍ଥ ପଥର କୁଆଁରୀ ନିକଟକୁ ଯାଇଥିଲେ। ସେଠାରେ ଅଗ୍ନିଶମ ବାହିନୀର ସହାୟତାରେ ଗଭୀର ଜଳରୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକ ଶବକୁ ଚିହ୍ନଟ କରିଥିଲେ। ପୋଲିସ ଶବକୁ ଜବତ କରି ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କିନ୍ତୁ ରାତି ହୋଇଯିବାରୁ ବ୍ୟବଚ୍ଛେଦ ହୋଇପାରିନାହିଁ। ଏଣୁ ବ୍ୟବଚ୍ଛେଦ ହେଲା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି।

Leave A Reply

Your email address will not be published.

error: Content is protected !!