ଅନୁଗୁଳ: ନିଜ ଘରୁ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବନ୍ତଳା ଥାନା ମାଣପୁର ଗାଁର ଅଭୟ ନାଏକ। ୩ ରୁ ୪ ଦିନ ତଳୁ ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବର୍ତ୍ତମାନ ପରିବାର ଲୋକ ପହଞ୍ଚିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଅଭୟଙ୍କ ପରିବାର ଅନୁଗୁଳରେ ରହୁଥିବା ବେଳେ ଗତ ୩-୪ ମାସ ହେଲା ଅଭୟ ମାଣପୁରରେ ଘର ନିର୍ମାଣ କରି ଏକୁଟିଆ ରହୁଥିଲେ। ଘର ଭିତରୁ ପଚା ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି।