ସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ

You are currently viewing ସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜିଲିଣ୍ଡା ରେଞ୍ଜ ସାତକୋଶିଆ ଜଙ୍ଗଲ କଟରଙ୍ଗ ସେକ୍ସନ ଭିଲେଜ ଏରିଆର ବାଙ୍କଧର ବିଟ ଅଞ୍ଚଳରେ ଆଜି ଏକ ଗୁଳିବିଦ୍ଧ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ହାତୀର ଡାହାଣ କାନ ପାଖରେ ଗୁଳି ବାଜିଛି। ମୃତ ହାତୀର ବୟସ ୫୦ ବର୍ଷ ବୋଲି ଜିଲିଣ୍ଡା ରେଞ୍ଜର ଲିଙ୍ଗରାଜ ଭୋଇ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଶୁକ୍ରବାର ଦିନ କିଛି ଲୋକ କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀଟି ମରିପଡ଼ିଥିବା ଦେଖିଥିଲେ। ୧୦ ଦିନ ହାତୀକୁ ଗୁଳି ମରାଯାଇଥିବା କୁହାଯାଉଛି।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ପ୍ୟାଟ୍ରୋଲିଂ ହେଉ ନ ଥିବାରୁ ମୃତ ଦେହ ପଚି ଦୁର୍ଗନ୍ଧ ହେବାରୁ ଘଟଣା ପଦାକୁ ଆସିଛି। ଘଟଣା ସ୍ଥଳରୁ ହାତୀର ମୃତଦେହ ସହ ଦୁଇ ଫୁଟର ଦାନ୍ତ ଉଦ୍ଧାର ହୋଇଛି।

Share

Leave a Reply