ପୁଣି ଏକ ମାଈ ହାତୀର ମୃତଦେହ ଠାବ

You are currently viewing ପୁଣି ଏକ ମାଈ ହାତୀର ମୃତଦେହ ଠାବ

ଅନୁଗୁଳ: ଅନୁଗୁଳ ବନଖଣ୍ଡର ଅନୁଗୁଳ ରେଞ୍ଜ ସାହାରାଗୋଡ଼ା ନିକଟରେ ଗୋଟିଏ ମାଈ ହାତୀର ମୃତଦେହ ଠାବ ହୋଇଛି।

ସୂଚନା ଅନୁଯାୟୀ ମୃତ ହାତୀଟି ଏକ ମଧ୍ୟ ବୟସ୍କ ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆଜି ସକାଳେ ଗାଁ ନିକଟ ଏକ ବୁଦବୁଡ଼ିଆ ଜଙ୍ଗଲ ନିକଟରେ ମରି ପଡିଥିବା ନେଇ ଗ୍ରାମବାସୀ ଦେଖିଥିଲେ। ପରେ ଏ ନେଇ ବନବିଭାଗକୁ ଖବର ଦେଇଥିଲେ। ଘଟଣା ବିଷୟରେ ଖବର ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ସେନେଇ ତଦନ୍ତ ଆରମ୍ଭ କରିଛନ୍ତି ।

Share

Leave a Reply