ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ୧୦ ଦିନ ପରେ ହୋଇଥାନ୍ତା ବିବାହ

You are currently viewing ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ୧୦ ଦିନ ପରେ ହୋଇଥାନ୍ତା ବିବାହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମ ରାଜସ୍ବ କାର୍ଯ୍ୟାଳୟ ପାଖ ଜଙ୍ଗଲରେ ଥିବା ବନଦୁର୍ଗା ପୀଠ ନିକଟସ୍ଥ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ରେଙ୍ଗାଲି ଥାନା ଦୋନାଳି ଗ୍ରାମର ସିଦ୍ଧେଶ୍ୱର ପ୍ରଧାନ।

ସୂଚନା ମୁତାବକ, ସିଦ୍ଧେଶ୍ୱର ନିଶା ସ୍ଥିତ ଜିନ୍ଦଲ କମ୍ପାନୀର ଏକ ଘରୋଇ ସଂସ୍ଥାରେ ପାଇପ ଲାଇନ ଫିଟର ଭାବେ କାର୍ଯ୍ୟ କରୁଥିଲେ। ତିନିଦିନ ପୂର୍ବରୁ ତାଙ୍କର ମୋବାଇଲ ଅଫ ଥିବାରୁ ପରିବାର ଲୋକ ବିଭିନ୍ନ ଜାଗା ଖୋଜାଖୋଜି କରି ନ ପାଇବାରୁ ପୋଲିସରେ ଖବର ଦେଇଥିଲେ।
ପରଙ୍ଗ ଜଙ୍ଗଲରେ ଏକ ଝୁଲନ୍ତା ଶବ ଉଦ୍ଧାର ଘଟଣାର ଖବର ପାଇ ପରିବାର ଲୋକମାନେ ପହଞ୍ଚି ମୃତ ଦେହ ଚିହ୍ନଟ କରିଥିଲେ। ତେବେ ମୃତ ଦେହଟି ତିନି ଦିନ ପୂର୍ବରୁ ବୋଲି ପୋଲିସ ଜାଣିବାକୁ ପାଇଥିଲା।

ପୋଲିସ ଶବକୁ ଜବତ କରିବା ସହିତ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରକାଶ ଯେ ମୃତ ସିଦ୍ଧେଶ୍ଵରଙ୍କ ବିବାହ ଆସନ୍ତା ୧୬ ତାରିଖରେ ହେବାର ଥିଲା।

Share

Leave a Reply