ହିଙ୍ଗୁଳା କୋଲିୟାରୀର ପୂର୍ବତନ ସମ୍ପାଦକ ରାଧାଗୋବିନ୍ଦ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

You are currently viewing ହିଙ୍ଗୁଳା କୋଲିୟାରୀର ପୂର୍ବତନ ସମ୍ପାଦକ ରାଧାଗୋବିନ୍ଦ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ଅନୁଗୁଳ: ହିଙ୍ଗୁଳା କୋଲିୟାରୀର ପୂର୍ବତନ ସମ୍ପାଦକ ତଥା ଏମସିଏଲର ସେଫ୍ଟି ବୋର୍ଡ ସଦସ୍ୟ ଓ କେନ୍ଦ୍ରୀୟ କାର୍ଯ୍ୟାଳୟର ସମ୍ପାଦକ ଥିବା ସ୍ବର୍ଗତ ରାଧାଗୋବିନ୍ଦ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓଡିଶା କୋୟାରିଜ ମଜଦୂର ସଂଘର ସାଉଥ ବଲଣ୍ଡାସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି।

ଏଥିରେ ଶ୍ରୀ ମହାନ୍ତିଙ୍କ ଆତ୍ମା ଶାନ୍ତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଶୋକସଭାରେ ତାଳଚେରର ସମସ୍ତ ଶାଖାର ସମ୍ପାଦକ ଓ ସଭାପତି ଯୋଗ ଦେଇଥିଲେ।

ଶୋକ ସଭାରେ ସଂଘର ଲଳିତେନ୍ଦୁ ଗଡ଼ନାୟକ, ରଣଜିତ ପ୍ରଧାନ, ମନୋଜ କୁମାର ପ୍ରଧାନ, ଇନ୍ଦ୍ରଗୋବିନ୍ଦ ପାଢ଼ୀ, ପ୍ରଫୁଲ୍ଲ ଜୀବନ ରାୟ, ବିନୟ କୁମାର ସାହୁ, ମନୋଜ କୁମାର ସାହୁ, ତ୍ରିଲୋଚନ ବିଶ୍ୱାଳ, ମଧୁସୂଦନ ସାହୁ, ସଞ୍ଜୟ କୁମାର ସାମଲ, ବିକାଶ ପ୍ରଧାନ, ଦିଲେଶ୍ୱର ପ୍ରଧାନ, ରାକେଶ ସାମଲ, ସୁଧାକର ସାମଲ ତଥା ଅନ୍ୟାନ୍ୟ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply